ଏଲଏସି ନିକଟରେ ଚୀନର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରଦାର

ନୂଆଦିଲ୍ଲୀ : ଏଲଏସି ନିକଟରେ ଚୀନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରଦାର କରିଛି। ପାଟ୍ରୋଲିଂ ପଏଣ୍ଟ ୧୫, ୧୭ ଓ ୧୭(ଏ) ନିକଟରେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାକୁ ଚୀନ ସେନାର ବୃହତ୍‌ ଯାନ ଚଳାଚଳ କରୁଛି। ଚୀନ ଏଠାରେ ସୁଖୋଇ-୩୦ ଯୁଦ୍ଧବିମାନ ସହ ଭାରତ ଆଡ଼କୁ ମୁହଁ କରି କମାଣ ମୁତୟନ କରିଥିବା ଦେଖାଯାଇଛି। ଏଥିସହିତ ଚୀନ ଏବେ ପାକିସ୍ତାନ ଓ ୟୁରୋପକୁ ଯାତ୍ରା ଅଧିକ ସୁଗମ କରିବା ପାଇଁ କାରାକୋରମ ଗିରିପଥକୁ ଦଖଲ ଉଦ୍ୟମ ଚଳାଇଛି।  ଚୀନ ଶିବିରଠାରୁ ଦଉଲତ ବେଗ୍ ଓଲ୍ଡି ଯେତିକି ଦୂର ତା’ଠାରୁ ଦେସପାଙ୍ଗ ନିକଟ ହେଉଥିବାରୁ ଚୀନ ଏପରି ପ୍ରୟାସ ଚଳାଇଛି। ଦଉଲତ ବେଗ୍‌ ଓଲ୍ଡିର ପୂର୍ବକୁ ଦେସପାଙ୍ଗ ଅବସ୍ଥିତ। ଚୀନ ସେନାର ଯାତାୟାତ ଏଠାରେ ସ୍ପଷ୍ଟ ହୋଇଛି;   ଚୀନ ଶିବିରଠାରୁ ଦଉଲତ ବେଗ୍ ଓଲ୍ଡି ଯେତିକି ଦୂର ତା’ଠାରୁ ଦେସପାଙ୍ଗ ନିକଟ ହେଉଥିବାରୁ ଚୀନ ଏପରି ପ୍ରୟାସ ଚଳାଇଛି। ଦଉଲତ ବେଗ୍‌ ଓଲ୍ଡିର ପୂର୍ବକୁ ଦେସପାଙ୍ଗ ଅବସ୍ଥିତ। ଚୀନ ସେନାର ଯାତାୟାତ ଏଠାରେ ସ୍ପଷ୍ଟ ହୋଇଛି;  ଡିଓବି ସେକ୍ଟରର ପାଟ୍ରୋଲିଂ ପଏଣ୍ଟ ୧୦ରୁ ୧୩ ମଧ୍ୟରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ଚୀନର ପିପୁଲ୍ସ ଲିବରେସନ ଆର୍ମି ସଦସ୍ୟମାନେ ସେମାନଙ୍କୁ ଅଟକାଇବା ଉଦ୍ୟମ କରିଥିବା ସେନା ସୂତ୍ରରୁ ଜଣାପଡ଼ିଛି। 

Leave A Reply

Your email address will not be published.

twenty + nine =