ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୫ ବର୍ଷ

ନୂଆଦିଲ୍ଲୀ- ଆଜିକୁ ୪୫ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଏହି ଅବସରରେ କେନ୍ଦ୍ରର ଶାସକ ଦଳ ବିଜପି କଂଗ୍ରେସ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ନେତା ଟୁଇଟ କରି ସେଦିନର କଥାକୁ ମନେ ପକାଇଛନ୍ତି । ସେହି ସମୟରେ ଯେଉଁମାନେ ଜେଲ ଯାଇଥିଲେ, ଲାଠିମାଡର ଶିକାର ହୋଇଥିଲେ ସେମାନଙ୍କ ଅବଦାନକୁ ଭୁଲିହେବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଟୁଇଟି ଜରିଆରେ ଜଣାଇଛନ୍ତି, ଏହି ସମୟରେ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯେଉଁମାନେ ସଂଘର୍ଷ କରିଛନ୍ତି ଓ ଅନେକ ସମସ୍ୟାର ଶିକାର ହୋଇଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି । ସେମାନଙ୍କର ତ୍ୟାଗ ଏବଂ ବଳିଦାନ ଦେଶ କେବେ ଭୁଲିବ ନାହିଁ ।

ଅମିତ ଶାହା ମଧ୍ୟ ଟୁଇଟ କରି କହିଛନ୍ତି ୪୫ ବର୍ଷ ପୂର୍ବେ କ୍ଷମତା ଲୋଭ ପାଇଁ ଗୋଟିଏ ପରିବାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା । କଂଗ୍ରେସ ନେତା ଏବେ ହତାଶ ହୋଇ ପଡିଲେଣି । ଦେଶରେ ଗଣତନ୍ତ୍ର ରହିଛି । ହେଲେ ଦଳରେ ନାହିଁ । ସେହିପରି ଦଳର ଜଣେ ମୁଖପାତ୍ର ମତ ରଖିବାରୁ କିଛି ନବୁଝିି ତାଙ୍କୁ ଦଳର ମୁଖପାତ୍ର ପଦବୀରୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.

2 × 3 =