ପରିବାର ଠାରୁ ଦୂରେଇ ଦେଉଛି କରୋନା

ହାଇଦ୍ରାବାଦ : ଆରୋଗ୍ୟ ହେବା ପରେ ମଧ୍ୟ ରୋଗୀ ପ୍ରତି ବଦଳୁ ନାହିଁ ପରିବାର ଲୋକଙ୍କ ଦୃଷ୍ଟିଭଙ୍ଗୀ । କରୋନା କଷ୍ଟ ଅପେକ୍ଷା ବଳିଯାଉଛି ଅମାନବୀୟ ଚିନ୍ତାଧାରା । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୫୦ ରୁ ଉର୍ଦ୍ଧ୍ୱ କରୋନା ରୋଗୀଙ୍କୁ ସୁସ୍ଥ ହେବା ପରେ ଡ଼ିସଚାର୍ଜ କରିଦିଆଯାଇ ଘରକୁ ଯିବାକୁ କୁହାଯାଇଥିଲା । ତେବେ ପରିବାର ଲୋକ ସେମାନଙ୍କୁ ଘରକୁ ନେବାକୁ ମନା କରି ଦେବା ସହ ପୁନଃ ପରୀକ୍ଷା କରିବାକୁ କହିଥିଲେ । ଫଳରେ ସେମାନଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସାନି ପରୀକ୍ଷା ଅସମ୍ଭବ ବୋଲି ହସ୍ପିଟାଲର ନୋଡ଼ାଲ ଅଧିକାରୀ ଡ଼ା. ପ୍ରଭାକର ରାଓ କହିଛନ୍ତି ।

Leave A Reply

Your email address will not be published.

seven − three =