ବିଶିଷ୍ଟ ଗବେଷକଙ୍କ ପରଲୋକ

ଯାଜପୁର: ଯାଜପୁରର ବିଶିଷ୍ଟ ଐତିହାସିକ ଗବେଷକ ଡ଼ଃ ସୁରେନ୍ଦ୍ର ପ୍ରସାଦ ମିଶ୍ରଙ୍କର ଭୁବନେଶ୍ୱର ପଳାଶୁଣୀ ସ୍ଥିତ ନୂଆପ୍ରାଚୀ ବିହାର ବାସ ଭବନରେ ୭୫ ବର୍ଷ ବୟସରେ ରବିବାର ଦିନ ଦେହାନ୍ତ ହୋଇଯାଇଛି । ଯାଜପୁରର ମାଳ ବଡ଼ପଣ୍ଡା ଚୈାଧୁରୀ ପରିବାରର ସଦସ୍ୟ ଡ଼ଃ ମିଶ୍ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଧନାରତ ଥିଲେ । ଯାଜପୁରର ପ୍ରଥମ ଗବେଷକ ଭାବେ ୧୯୯୧ରେ ଯାଜପୁର ଇତିହାସ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଲାଭ କରିଥିଲେ । ତାଙ୍କ ଗବେଷଣା ପୁସ୍ତକ “ଭିରଜା ଦ କ୍ୟାପିଟାଲ ଅଫ୍ ଆନିସେଣ୍ଟ ଓଡ଼ିଶା” ନୂଆଦିଲ୍ଲୀର ପ୍ରତିଭା ପ୍ରକାସନ ପକ୍ଷରୁ ପ୍ରଥମ ଓ ଦିତୀୟ ଖଣ୍ଡ ପ୍ରକାଶ ପାଇଲା ପରେ ଯାଜପୁରରେ ବହୁ ଅନାରୋଚିତ ତଥ୍ୟ ଲୋକ ଲୋଚନକୁ ଆସି ପାରିଥିଲା । ଗବେଷଣଶ ସହ ତାଙ୍କର ଶିଶୁ କିଶୋର କବିତା, ପୈାରାଣିକ ଗିତିକାବ୍ୟ, ଅନୁବାଦ ସାହିତ୍ୟ ତଥା ସ୍ୱାସ୍ଥ୍ୟ ଓ ଜ୍ୟୋତିର୍ଗବେଷଣା ଭିତିକ ଅର୍ଦ୍ଧ ଶତାଧିକ ପୁସ୍ତକ ପ୍ରକାଶିତ ହେବା ସହ ଅନେକ ପାଣ୍ଡୁଲିପି ଅପ୍ରକାଶିତ ଅଛି । ସ୍ୱର୍ଗତ ଡ଼ଃ ମିଶ୍ର ବିରଜା ଜ୍ୟୋତି ପତ୍ରିକାର ଜଣେ ଲେଖକ ଓ ପୃଷ୍ଠ ପୋଷକ ଭାବେ ପତ୍ରିକାକୁ ନିରନ୍ତର ସହଯୋଗ ଦେଇଥିଲେ । ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ବିରଜା ଜ୍ୟୋତି ପକ୍ଷରୁ ୨୦୧୮ ବର୍ଷ ବାର୍ଷିକ ଉତ୍ସବରେ ସ୍ୱର୍ଗତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ତାଙ୍କ ନିଧନରେ ବିରଜା ଜ୍ୟୋତି ପରିବାର ତାଙ୍କୁ ଶୋଳାଳ୍ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ଡ଼ଃ ମିଶ୍ରଙ୍କ ପରଲୋକରେ ଯାଜପୁର ବାସୀ ଜଣେ ପ୍ରାଜ୍ଞ ବ୍ୟକ୍ତିତ୍ୱ ଗବେଷକଙ୍କୁ ହରେଇଲା ବୋଲି ପତ୍ରିକାର ସଂପାଦକ ଡ଼ଃ ଜ୍ଞାନ ରଂଜନ ପତି ଶୋକବାର୍ତାରେ କହିଛନ୍ତି । ଜିଳ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଳ୍ଲାପାଳ ରଂଜନ କୁମାର ଦାସ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଗଭୀର ଦୁଃଖ ପ୍ରକାଶ କରିବା ଦିବଂଗନ୍ତ ଆତ୍ମାର ସଦଗତି କାମନା କରିଛନ୍ତି । ସେହିପରି ଯାଜପୁର ଇନଟାକ୍ଟ ଚାପ୍ଟରର ଉପଦେଷ୍ଟା ପ୍ରଫୁଲ ଚନ୍ଦ୍ର ସାମଲ, ଡ଼ଃ ଏକାଦଶୀ ପାଢ଼ୀ, ଡ଼ଃ ଉଦୟନାଥ ପରିଡ଼ା, ବଳରାମ ମହାନ୍ତି, ଗିରିଧାରୀ ସ୍ୱାଇଁ, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ, ସଂପାଦକ ଡ଼ଃ କାହ୍ନ ଚରଣ ମିଶ୍ର, ଡ଼ଃ ଅନ୍ତର୍ଜ୍ୟାମୀ ମିଶ୍ର, ସଂଯୁକ୍ତା ମହାପାତ୍ର, ବୈକୁଣ୍ଠ ପତି, ଆନନ୍ଦ ଚନ୍ଦ୍ର ସାହୁ, ସଦାଶିବ ଦାଶ, ପଣ୍ଡିତ ଭୂପତି ଭୂଷଣ ମିଶ୍ର ପ୍ରମୁଖଙ୍କ ସହ ଯାଜପୁରର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

nine − 6 =