ନୂଆଦିଲ୍ଲୀ- ଆମେରିକାନ କମ୍ପାନୀ ଗୁଗୁଲୁ ପେ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛନ୍ତି ଆରବିଆଇ । ଗୁଗୁଲ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା । ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ । ପେମେଂଟ ଆପ୍ସ ପେମେଂଟ ଆଣ୍ଡ ସେଟେଲମେଣ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି ଆରବିଆଇ କହିଛି । ଅର୍ଥନୀତିଜ୍ଞ ଅଭିଜିତ ମିଶ୍ର ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଗୁଗୁଲୁ ପେମେଂଟ ଆପ୍ସ,ଗୁଗୁଲ ପେ ଦ୍ୱାରା ହେଉଥିବା ନେଣଦେଣ ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଦର୍ଶାଇଥିଲେ । ଗୁଗୁଲ ପେ ପେମଂଟ ସିଷ୍ଟମ ବା ଦେୟ ପ୍ରଣାଳୀ ସଂସ୍ଥା ଭାବରେ ନିଜର ଭୂମିକା ଲିଭାଉଛି । କିନ୍ତୁ ଏହା କୌଣସି ବ୍ୟାଙ୍କ ସହିତ ଜଡିତ ନୁହେଁ ବୋଲି ସେ ଦର୍ଶାଇଛନ୍ତି । ଗୁଗୁଲ ପେ ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖିିଛି । ଟେକ୍ନୋଲୋଜି ମାଧ୍ୟମରେ ଅନ୍ୟ ବ୍ୟାଙ୍କସହିତ ମିଶି ସେବା ପ୍ରଦାନ କରୁଥିବା ସଂସ୍ଥା ହେଉଛି ଗୁଗୁଲ ପେ । ୟୁନାଇଫାଇଡ ପେମେଂଟ ଇଂଟରଫେସ ମାଧ୍ୟମରେ ଗୁଗୁଲ ପେ ପଇସା ଟ୍ରାନ୍ସଫର କରୁଛି । ୟୁପିଆଇ ଆପ୍ସ ଥାର୍ଡ ପାର୍ଟି ଆପ୍ସ ଭାବରେ ଚିହ୍ନଟ ହୋଇଛନ୍ତି । ଏମାନେ ପେମେଂଟ ସିଷ୍ଟମ ଅପରେଟର ନୁହନ୍ତି । ସେବା ପ୍ରଦାନ କରିବା ପାଇଁ ପେମେଂଟ ସିଷ୍ଟମ ଅପରେଟର ଲାଇସେନ୍ସ ଆବଶ୍ୟକ ନାହିଁ । ଗୁଗୁଲର ମୁଖ୍ୟପାତ୍ର କହିଛନ୍ତି ଆରବିଆଇ କେଉଁଠି ବି କହି ନାହାନ୍ତି ଗୁଗୁଲ ପେ ବେଆଇନ ବୋଲି ।