କରୋନା ମୁକାବିଲା: ଅନ୍ୟ ଦେଶ ତୁଳନାରେ ଭାରତ ସ୍ଥିତି ଖୁବ୍ ଭଲ

ନୂଆଦିଲ୍ଲୀ- କୋଭିଡ -୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତ ଭଲ ଅଛିି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଭ. ଡାକ୍ତର ଜୋସେଫ୍ ଟୋମା ମେଟ୍ରୋପଲିଟାନଙ୍କ ୯୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀ କରୋନା ବିରୁଦ୍ଧରେ ସମଗ୍ର ବିଶ୍ୱ ଜୋରଦାର ଲଢେଇ ଜାରି ରଖିଛି । କରୋନା ଶାରୀରିକ ଅସୁସ୍ଥତା ସୃଷ୍ଟି କରିବା ସହିତ ଜନସାଧାରଣଙ୍କ ପ୍ରତି ମଧ୍ୟ ବଡ ବିପଦ । ଚଳିତ ବର୍ଷ ପ୍ରାରମ୍ଭରେ କିଛି ବ୍ୟକ୍ତି ବିଶେଷ ଭବିଷ୍ୟବାଣୀ କରିଥିଲେ ଯେ ଭାରତରେ କରୋନା ଭୂତାଣୁର ପ୍ରଭାବ ଖୁବ୍ ସାଘାଂତିକ ହେବ । ସରକାର ଓ ଲୋକଙ୍କ ସଂଗ୍ରାମ ଦ୍ୱାରା କରୋନା ନିଶ୍ଚିତ ନିୟନ୍ତ୍ରଣ ହୋଇପାରିଛି । ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି । ରେଭ୍. ଡକ୍ଟର ଜୋସେଫ ମାର ଟୋମା ମେଟ୍ରୋପଲିଟାନ ଦୀର୍ଘ ଜୀବନ ଓ ସର୍ବୋତମ ସ୍ୱାସ୍ଥ୍ୟ କାମନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦ ଦାରିଦ୍ର୍ୟତା ଦୂର କରିବା ପାଇଁ ସବୁବେଳେ ବ୍ୟାକୁଳ ଥିବା ବେଳେ ମହିଳା ସଶକ୍ତିକରଣ ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.

eleven − nine =