ନୂଆଦିଲ୍ଲୀ:- ଜୁନ୍ ୨୬ ତାରିଖ ସକାଳେ ରାଜସ୍ଥାନର ଝୁନଝୁନ୍ ଅଂଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ ହରିଆନାର ରେୱାରିରେ ପହଂଚିଥିଲା । ତୁରନ୍ତ ସେଠାରେ ଦମନକାରୀ ଦଳ ପହଂଚି ଆଜି ସକାଳ ପର୍ଯ୍ୟନ୍ତ ଅଭିଯାନ ଚଳାଇଥିଲେ । ଏହା ପରେ ପଙ୍ଗପାଳ ମାନେ ତିନି ଭାଗରେ ବିଭକ୍ତ ହୋଇ ଗୋଟିଏ ଭାଗ ହରିଆନାର ଗୁରୁଗାଁଓ ଏବଂ ଫରିଦାବାଦ ପରେ ଉତର ପ୍ରଦେଶ ଭିତରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ଦଳ ଦିଲ୍ଲୀର ଦ୍ୱାରକା ନିକଟକୁ ଯାଇ ସେଠାରୁ ଦୌଲତାବାଦ ଗୁରୁଗାଁଓ ଏବଂ ଫରିଦାବାଦ ଅତିକ୍ରମ କରିବା ସହ ଉତର ପ୍ରଦେଶକୁ ମୁହାଁଇଛନ୍ତି । ତୃତୀୟ ଦଳଟି ହରିୟାନାର ପଲୱାଲରୁ ଉତର ପ୍ରଦେଶ ଆଡେ ମୁହାଁଇଛନ୍ତି । କୃଷି ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିଲା । ସୂଚନା ଅନୁସାରେ ଏହି ପଙ୍ଗପାଳ ଦଳ ଉପରେ ରାଜସ୍ଥାନ, ହରିଆନା ଏବଂ ଉତର ପ୍ରଦେଶର କୃଷି ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇ ସେମାନଙ୍କ ଗତିବିଧି ଠାବ କରାଯାଉଛି । କେନ୍ଦ୍ରୀୟ ପଙ୍ଗପାଳ ସର୍ତକତା ପ୍ରତିଷ୍ଠାନ ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଉତର ପ୍ରଦେଶର ସବୁ ନିୟନ୍ତ୍ରଣକାରୀ ଦଳକୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ପାଇଁ ସତର୍କ କରାଇ ଦିଆଯାଇଛି ।