ମୁମ୍ବାଇ: ମହାରାଷ୍ଟରେ କରୋନା ସଂକ୍ରମଣର ତାଣ୍ଡବ ଜାରି ରହିଥିବା ବେଳେ ଅକୋଲା ଜେଲ ୬୮ ଜଣ କଏଦି ମହାମାରୀ ସଂକ୍ରମିତ ହୋଇଥିବା ଜଣାପଡିଛି । ପ୍ରଥମେ ଏମାନଙ୍କ ମଧ୍ୟରୁ ଅଧିକାଶଂଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳିନଥିଲା । ଜେଲ କିଛି କଏଦିଙ୍କ ନମୁନା ପରୀକ୍ଷାରୁ ପଜିଟିଭ୍ ଥିବା ଜଣାପଡିଛି । କଏଦିଙ୍କୁ ଜେଲ ଆଇସୋଲେସନ ୱାର୍ଡରେ ରଖାଯାଇଛି । କଏଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ଉପଜିଲ୍ଲାପାଳ ସଞ୍ଜୟ ଖଡ୍ସେ କହିଛନ୍ତି । ଅକୋଲା ଜେଲ ୩୦୦ କଏଦି ରହୁଥିବା ବେଳେ କୈାଣସି ନୂଆ କଏଦୀ ଗ୍ରହଣ କରାଯାଉନାହିଁ ବୋଲି ଜେଲର କହିଛନ୍ତି ।