ନୂଆଦିଲ୍ଲୀ : କୋଭିଡ଼ ମହାମାରୀ ପାଇଁ ବନ୍ଦ ରହିଥିବା ଐତିହାସିକ ଜାମା ମସଜିଦ ଜୁଲାଇ ୪ରେ ଖୋଲିବ । ସମୂହ ନମାଜ ପାଠ ପାଇଁ ଏହାକୁ ଖୋଲାଯିବ ବୋଲି କହିଛନ୍ତି ସହି ଇମାମର ସେୟଦ ଅହମଦ ବୁଖାରୀ ।ଦିନକୁ ଦିନ ବିଶ୍ୱ ମହାମରୀର ପାଦୁର୍ଭାବକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଇଥିଲା । ବିଶେଷଜ୍ଞ ଏବଂ ଲେକ ମାନଙ୍କ ସହ ଆଲୋଚନା ହେବା ପରେ ଏହି ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ବୁଖାରୀ । ଅନଲକ ୧ ପରେ ପାଖାପାଖି ସମସ୍ତ ଅନୁଷ୍ଠାନ ଖୋଲିବା ପରେ , ଆମେ ମସଜିଦ ଖୋଲିବା ପାଇଁ ନିଷ୍ପତି ନେଇଛୁ , ହେଲେ ମହାମାରୀ ପରିସ୍ଥିତିକୁ ଆୟତ କରିବା ପାଇଁ ସମସ୍ତ ସଚେତନତା ଏବଂ ନିୟମାବଳୀ ମଧ୍ୟରେ ଏହାକୁ ପରିଚାଳନା କରାଯିବ । ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା ସହ ,ମାସ୍କ ଏବଂ ସାନିଟାଇଜେସନ କୁ ସଂମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବୁଖାରୀ ।