ଲକଡ଼ାଉନ ପାଇଁ ଚିନି ରପ୍ତାନୀ ବାଧାପ୍ରାପ୍ତ

ମୁମ୍ବାଇ : ଲକଡ଼ାଉନ ଯୋଗୁଁ କ୍ଷତିଗସ୍ତ ହୋଇଛି ଚିନି ରପ୍ତାନୀ । ଚଳିତ ବର୍ଷ ୬୦ ଲକ୍ଷ ଟନ୍ ର ଚିନି ରପ୍ତାନୀ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ହେଲେ ଜାନୁଆରୀରୁ ଜୁନ ମଧ୍ୟରେ ମହାରାଷ୍ଟ୍ରରୁ ମାତ୍ର ୩୬ ଲକ୍ଷ ଟନ ଚିନି ରପ୍ତାନୀ ହୋଇଛି । କରୋନ ଲକଡ଼ାଉନ ପାଇଁ ରପ୍ତାନୀ ପ୍ରକ୍ରିୟା ବଧାପ୍ରାପ୍ତ ହୋଇଥିବା କହିଛନ୍ତି ରାଜ୍ୟ ସମବାୟ ଚିନି କଳ ମହାସଂଘର ଅଧ୍ୟକ୍ଷ ଜୟ ପ୍ରକାଶ ଦାଣ୍ଡେଗାଓଁକର । ୨୦୧୯ ନଭେମ୍ବର ଠାରୁ ଏପଯ୍ୟଁନ୍ତ ୭୫୦ ଲକ୍ଷ ଟନ ଆଖୁ ୧୪୪ ମିଲ୍ ଦ୍ୱାରା ପେଡ଼ା ଯାଇଥିବା ବେଳେ ୬୩ ଲକ୍ଷ ଟନରୁ ଉର୍ଦ୍ଧ୍ୱ ଚିନି ଉତ୍ପାଦନ ହୋଇଥିଲା । ରପ୍ତାନୀ ପାଇଁ ବହୁ ଚୁକ୍ତି ହୋଇଥିବା ବେଳେ ଲକଡ଼ାଉନ ପାଇଁ ଏହା ଗୋଡ଼ାଉନରେ ପଡ଼ି ରହିଛି । ବିଶେଷ ଭାବରେ ଇରାନ ଏବଂ ଇଣ୍ଡୋନେସିଆକୁ ଚିନି ରପ୍ତାନି ହୋଇଥାଏ । ୨୦୧୯ ଜାନୁଆରୀରୁ ଜୁନ ଶେଷ ମଧ୍ୟରେ ୯୫୨ ଲକ୍ଷ ଟନ୍ ଆଖୁ ପେଡ଼ା ହୋଇ ୧୦୭ ଲକ୍ଷ ଟନ ଚିନି ଉତ୍ପାଦିତ ହୋଇଥିବା ସୂଚନା ଦେଇଥିଲେ ଦାଣ୍ଡେଗାଓଁକର ।

Leave A Reply

Your email address will not be published.

5 × 2 =