କରୋନା ସଂକ୍ରମିତ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ

ଚେନ୍ନାଇ : ତାମିଲ ନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଏକ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ତାଙ୍କ ଠାରେ କୈାଣସି ଲକ୍ଷଣ ଦେଖା ଯାଇନଥିବା ବେଳେ ସିଟି ସ୍କାନ ରିପୋର୍ଟ ମଧ୍ୟ ସ୍ୱଭାବିକ ଥିଲା । ହେଲେ ଦ୍ୱିତୀୟ ବାର ନମୁନା ପରୀକ୍ଷଣରେ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ବର୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

4 × 3 =