ଆଜିଠାରୁ ମୁମ୍ବାଇ ଗଡିଲା ୩୫୦ ଲୋକାଲ ଟ୍ରେନ

ନୂଆଦିଲ୍ଲୀ- ଆଜିଠାରୁ ମୁମ୍ବାଇ ସହରତଳି ସେବା ପାଇଁ କେନ୍ଦ୍ରୀୟ ଓ ପଶ୍ଚିମ ରେଳବାଇ ଜୋନରେ ୩୫୦ ଲୋକାଲ ଟ୍ରେନ ଚଳାଚଳ କରିବ । ଅତ୍ୟାବଶ୍ୟକ ସେବା ସଂସ୍ଥା କର୍ମଚାରୀ ଏହି ଟ୍ରେନରେ ଯାତାୟତ କରିପାରିବେ ବୋଲି ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀ ମାନେ ଟ୍ରେନ ଯୋଗେ ଯାତାୟତ କରିବେ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଏମଏଚ୍ଏ, ପ୍ରତିରକ୍ଷା କର୍ମଚାରୀ, କେନ୍ଦ୍ରୀୟ କର୍ମଚାରୀ, ଆୟକର ଭବନ କର୍ମଚାରୀ, ଜିଏସଟି କର୍ମଚାରୀ, ଜାତୀୟ ବ୍ୟାଙ୍କ କର୍ମଚାରୀ, ମୁମ୍ବାଇ ପ୍ରୋଷ୍ଟ ଟ୍ରଷ୍ଟ, ରାଜଭବନର ନ୍ୟାୟପାଳିକା, ସରକାରୀ ଚାକିରିଆ, ଆଇଟି ସେକ୍ଟରରେ କାମ କରୁଥିବା କର୍ମଚାରୀ ମାନେ ଟ୍ରେନରେ ଯାତାୟତ କରିବା ପାଇଁ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ କରି ଜଣାଇଛନ୍ତି । ପୂର୍ବରୁ ୨୦୦ ଟ୍ରେନ ଚଳାଚଳ କରୁଥିଲା । ବୁଧବାରଠାରୁ ୧୫୦ ଟ୍ରେନ ଗଡିବା ପାଇଁ ଅନୁମତି ମିଳିଛି । ରେଳୱେ ବିଭାଗ ପକ୍ଷରୁ କୁହାଯାଇଛି ଯେଉଁ ମାନେ ଟ୍ରେନରେ ଯାତାୟତ କରିବେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାକ୍ସ ବାନ୍ଧିବା ବାଧ୍ୟତା ମୂଳକ ।

Leave A Reply

Your email address will not be published.

5 × two =