ସରକାରୀ ଜାଗାକୁ ନେଇ ବୃଦ୍ଧଙ୍କୁ ହତ୍ୟା

ରାଜନଗର: ସରକାରୀ ଜାଗାକୁ ନେଇ ରାଜନଗର ଥାନା ଅଧିନ ରାଜନଗର ଗାଁରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ପିଟି ହତ୍ୟା କରାଯାଇଛି । ରାଜନଗର-ଧନେଶ୍ୱରପୁର ରାସ୍ତା କଡରେ ସେହି ଗାଁର ଧରଣୀଧର ଦୀର୍ଘ ବର୍ଷ ହେଲା ଘର କରି ରହିଆସୁଥିଲେ । ଗୁପ୍ତି ପଂଚାୟତ ରାଜରାଜେଶ୍ୱରପୁର ଗାଁ ମହିଳା ତୁଳସୀ ମଣ୍ଡଳ ପୁଅ ସୁଜନ ମଣ୍ଡଳ ଧରଣୀଙ୍କ ଘର ଆଗରେ ଥିବା ସରକାରୀ ଯାଗାରେ ଘର କରିଥିଲେ । ସରକାରୀ ଯାଗାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ବୋଲି ଗାଁ ଲୋକେ କହିଛନ୍ତି । ପୂର୍ବ ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ପାଟି ତୁଣ୍ଡ ହୋଇଥିଲ। । ଏଥିରେ ଉତ୍ୟକ୍ତ ହୋଇ ତୁଳସୀ ପୁଅ ସୁଜନ ବୃଦ୍ଧଙ୍କୁ କାଠ ଫାଳିଆରେ ପିଟିଥିଲେ । ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଗାଁ ଲୋକେ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପରବର୍ତି ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.

fifteen − 5 =