ଦ୍ୱିତୀୟ କରୋନା ଟିକା ପରୀକ୍ଷା

ନୂଆଦିଲ୍ଲୀ-ଦ୍ୱିତୀୟ କରୋନା ଟିକା ପରୀକ୍ଷଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । କ୍ଲିନିକାଲ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ କାଡିଲାକୁ ଉଭୟ ଭାରତ ଓ ଡଗ୍ର କଂଟ୍ରୋଲର ଜେନାରାଲ ଅନୁମତି ଦେଇଛନ୍ତି ।ପୂର୍ବରୁ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିକ୍ସିନକୁ ପରୀକ୍ଷା ପାଇଁ ଅନୁମତି ମିଳିଥିଲା । ବର୍ତମାନ ସୁଦ୍ଧା ୧୭ ଟି ଟିକାର ପରୀକ୍ଷା କରାଯାଇଛି । ଜିଡିସ କାଡିଲା ଦାବି କରିଛି ଯେ ପଶୁମାନଙ୍କ ଉପରେ ହୋଇଥିବା ପରୀକ୍ଷାରେ ଏହି ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ଏହି ପରୀକ୍ଷଣ ରିପୋର୍ଟକୁ ଡ୍ରଗ କଂଟୋଲର ଜେନାରାଲ ଅଫ ଇଣ୍ଡିଆରେ ଦାଖଲ କରିଥିଲା । ଏହାପରେ ମଣିଷ ଉପରେ ଏହି ଟିକା ପରୀକ୍ଷା କରିା ପାଇଁ ଅନୁମତି ମିଳିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରାୟ ତିନି ମାସ ମଧ୍ୟରେ ଶେଷ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

18 + 3 =