ଡବ୍ଳୁଏଚଓ ଯିବ ଚୀନ

ନୂଆଦିଲ୍ଲୀ- କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଚୀନ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ । କେମିତି କରୋନା ଆସିଲା କିଭଳି ବ୍ୟାପିଲା ଏସବୁ ଦିଗକୁ ନେଇ ଡବ୍ଳୁଏଚଓ ଟିମ ତଦନ୍ତ କରିବ ବୋଲି ଜଣାପଡିଛି । ଏହାର ତଦନ୍ତ ପାଇଁ ଆମୋରିକା,ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ଦାବି କରିଥିଲେ । ଏହାକୁ ନେଇ ଜାତିସଂଘରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଚୀନ ରାଜି ହୋଇନଥିଲା । ଅନେକ ଦେଶ ତଦନ୍ତ ପାଇଁ ଦାପି କରିବାରୁ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ଅନୁମତି ଦେଇଛନ୍ତି । ଗତବର୍ଷ ନଭେମ୍ବର ବେଳକୁ ଚୀନର ଉହାନରୁ କରୋନା ବ୍ୟାପିଥିଲା । ଏହାର ଦୁଇ ସପ୍ତାହପରେ ଚୀନ କରୋନା ବାବଦରେ ଦୁନିଆକୁ ଅବଗତ କରାଇଥିଲା । ଏହାର ପ୍ରଭାବରେ ଆମେରିକା ସର୍ବାଧିକ କ୍ଷତି ହୋଇଛି ।

Leave A Reply

Your email address will not be published.

1 × 1 =