ନୂଆଦିଲ୍ଲୀ- ଆମେରିକା ଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି ଭାରତ । ଏହା ଭାରତୀୟ ସେନାକୁ ଆହୁରି ମଜୁବୁତ କରିବ । ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ । ଏହି ଅର୍ଥ ବାବଦରେ ଆମେରିକା ଭାରତକୁ ୩୦ ସି ଗାର୍ଡିୟନ ପ୍ରଦାନ କରିବ । ସେହିପରି ଚୀନ ପାକିସ୍ତାନକୁ ୪ ଟି ସଶସ୍ତ୍ର ଡ୍ରୋନ ଦେବାକୁ ଯୋଜନା କରିଛି । ଗ୍ୱାଦର ବନ୍ଦରରେ ଥିବା ଚୀନ- ପାକିସ୍ତାନ ଅର୍ଥନୈତିକ କରିଡର ଏବଂ ପିପୁଲ୍ସ ଲିବରେଶନ ଆର୍ମିର ନାଭାଲ ବେସ୍ ର ସୁରକ୍ଷା ପାଇଁ ଚୀନ ଏହି ଡ୍ରୋନ ପ୍ରଦାନ କରିବ ।