ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତରେ କରୋନା ମୁକାବିଲା , ବିମୁଦ୍ରିକରଣ ଓ ଦ୍ରବ୍ୟ, ସେବା ଓ ଟିକସ ଉପରେ ପ୍ରଧାନ୍ତ୍ରମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଭାରତରେ କରୋନା ସ୍ଥିତି ଉଦବେଗ ଜନକ ଭାବରେ ଗତି କରୁଥିବା ବେଳେ ପୁରା ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଛି । ତେଣୁ ଏହାର ମୁକାବିଲା ପାଇଁ ମୋଦୀ ସରକାର କେଉଁ ପନ୍ଥା ଆପଣେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଭାରତର କରୋନା ସ୍ଥିତର ଏକ ଗ୍ରାଫ ମୋଦୀକୁ ଟୁଇଟ ଯୋଗେ ପଠାଇଛନ୍ତି । ଦେଶର ଭିନ୍ନ ସ୍ଥାନରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି କି ନାହିଁ ବୋଲି ମଧ୍ୟ କହିଛନ୍ତି ।