ହୃଦଘାତ ପରେ ଭେଂଟିଲେଟରରେ ଅଜିତ ଯୋଗୀ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପୁଣି ଥରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ଆଜି ସେ ରାୟପୁର ସ୍ଥିତ ବାସଭବନ ଗାର୍ଡେନରେ ବୁଲୁଥିବା ବେଳେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ ।ତୁରନ୍ତ ଡାକ୍ତରଙ୍କୁ ଖବର ଦିଆଯାଇଥିଲା । ଡାକ୍ତର ଆସି ପ୍ରଥମେ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେଇଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁରରେ ଥିବା ନାରାଇନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ମଧ୍ୟାହ୍ନ ୧୨.୩୦ରେ ସେ ହସ୍ପିଟାଲରେ ପହଂଚିବା ପରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ୭୪ ବର୍ଷୀୟ ଯୋଗୀ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।

Leave A Reply

Your email address will not be published.

three × five =