ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ର ଝଟକା ଅନୁଭବ ହୋଇଥିବା ବୁଧବାର ଜଣାପଡିଛି ।ତେବେ ଏହି ଭୂମିକମ୍ପ ମଙ୍ଗଳବାର ରାତି ପ୍ରାୟ ୨.୧୨ ମିନିଟରେ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ୪.୩ ରହିଥିଲା । ଏହି ଭୂମିକମ୍ପରେ କାହାରି ଜୀବନ ହାନୀ ହୋଇଥିବା ନେଇ କିଛି ସୂଚନା ମିଳିନି । ତେବେ ଗତ କିଛି ଦିନ ମଧ୍ୟରେ ଜମ୍ମୁ-କାଶ୍ମୀରରେ ଅନେକ ଥର ଭୂମିକମ୍ପର ଝଟକା ଅନୁଭବ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ ଭରତର ଅନ୍ୟକିଛି ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଅରୁଣାଂଚଳ ପ୍ରଦେଶରେ ସେହିଭଳି ଭୂମିକମ୍ପର ଝଟକା ଦେଖାଦେଇଥିଲା ମାତ୍ର ଏଠାରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡିଛି ।