ଫେସବୁକ୍, ପବ୍ଜୀ ଓ ଟିଣ୍ଡର ଭଳି ୮୯ଟି ଆପ୍ ଡିଲିଟ୍ କରିବାକୁ ଭାରତୀୟ ଯବାନଙ୍କୁ ନିର୍ଦେଶ

ନୂଆଦିଲ୍ଲୀ- ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦେଶ ଦେଇଛି । ମିଳିଥିବା ସୂଚନା ମୁତାବକ କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଲିକ୍ ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ଏହି ଆପ୍ଗୁଡିକ ମଧ୍ୟରେ ଟିକ୍ଟକ୍ , ଟ୍ରୁକଲର ଓ ଇନ୍ଷ୍ଟାଗ୍ରାମ ଆଦିର ନାଁ ମଧ୍ୟ ସାମିଲ ଅଛି । ତେବେ ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦେଶା ବଳିରେ ଯବାନ ମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍ ଓ ଡେଲୀହଂଟ ଭଳି ସମାଚାର ଆପ୍ ମଧ୍ୟ ଡିଲିଟ୍ କରିବାକୁ କୁହାଯାଇଛି । ତେବେ ଅନ୍ୟାନ୍ୟ ଆପ୍ ଗୁଡିକ ମଧ୍ୟରେ ଫେସବୁକ୍, ଭିଚାଟ୍, ହାଇକ୍ , ଲାଇକୀ, ଶେୟାରଇଟ୍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍, କ୍ୟାମ୍ସ୍କାନର, ବୁ୍ୟଟି ପ୍ଲସ, ପବଜି ସମେତ ଟେନସେଂଟର ସମସ୍ତ ଗେମିଂ ଆପ୍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍, ବିମ୍ବଲ, ୩୬୦ ସିକୁ୍ୟରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆକ୍ର ନାଁ ସାମିଲ ଅଛି । ସୂଚନାଯୋଗ୍ୟ, ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ପୂର୍ବରୁ ଚୀନର ୫୯ଟି ଆପ୍ ଉପରେ ପ୍ରତିବନ୍ଧ ଲଗାଇ ସାରିଛି ।

Leave A Reply

Your email address will not be published.

seven + 5 =