ନୂଆଦିଲ୍ଲୀ- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟଖସଡାରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଏହି ସମ୍ବନ୍ଧରେ ଅନେକ ବିଭ୍ରାନ୍ତିକର କଥା ଉଠୁଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି । ଏହି ସବୁ ମିଥ୍ୟା ପ୍ରଚାର ଓ ଶିକ୍ଷା ରାଜନୀତିକୁ ଦୂରେଇ ନେବାକୁ ସେ ଅନୁରୋଧ କରିଛନ୍ତି । ଭାରତୀୟ ଗଣତନ୍ତ୍ର ଓ ବହୁବିଧତା ଥିବା ଅନୁଛେଦ ଗୁଡିକୁ ସମାଜ ବିଜ୍ଞାନ ପାଠ୍ୟ ଖସଡାରୁ ବାଦ ଦିଆଯାଇଛି ବୋଲି ଦାବି କରି ବିରୋଧୀ ଦଳ ବିବାଦ କରିଥିଲେ । ମନ୍ତ୍ରୀ କହିଛନ୍ତି ସିବିଏସଇ ସ୍କୁଲ ଓ ସବୁ ଏନସିଇଆରଟି ଅଲଟରନେଟ ଏକାଡେଭିକ କ୍ୟାଲେଣ୍ଡର ଅନୁସରଣ କରିବେ । କୋଭିଡ-୧୯ ସଂକ୍ରମଣ ଯୋଗୁ ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ସିଲାବସକୁ ୩୦% ହ୍ରାସ କରାଯାଇଥିଲା ।