ଭୂବନେଶ୍ୱର- ମହଙ୍ଗା ପଡିଲା ବାବୁଙ୍କ ଉଚ୍ଛୁଳା ପ୍ରେମ । ନିଜ ବୟସ ଠାରୁ ଯଥେଷ୍ଠ ସାନ ଜଣେ ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଫସିଗଲେ ଓଏଏସ ଅଧିକାରୀ । ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍, ମେସେଜ୍ ଅଭିଯୋଗ ମାମଲାରେ ଆୟୁଷ ନିର୍ଦେଶଳୟ ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗିରଫ ହୋଇଛନ୍ତି । ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ନିର୍ଦେଶକଙ୍କୁ ଗିରଫ କଲା ଭୁବନେଶ୍ୱର ମହିଳାଥାନା ପୁଲିସ । ଆଇପିସି ୩୫୪ ଏବଂ ୬୭ଆଇଟି ଆକ୍ଟ ବଳରେ ଆୟୁଷ ନିର୍ଦେଶକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଏକପାଖିଆ ଭଲ ପାଇ ଅଧିନସ୍ଥ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯ୍ୟାତନା । ତେବେ ହ୍ୱାଟସ୍ଆପରେ ବ୍ଲକ କଲେ ଫୋନ କରି ଅଶ୍ଳିଳ କଥା କହୁଛନ୍ତି । ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ ହୋଇଯାଏ । ଏଣୁ ଆମର ଭଲ ଦୋସ୍ତି ହେବା ଦରକାର । ଆମେ ଦିନେ ଖୋଲା ପଡ଼ିଆକୁ ଯିବା । ସେଠି ଗୀତ ଗାଇବା , ନାଚିବା ,ପେଟେ ପିଇବା , ଯା ଇଚ୍ଛା ତାହା କରିବା । ତୁମେ ଗାଧୋଇବା ବେଳେ ମତେ ଟିକିଏ ଭିଡିଓ କଲ୍ କର । ଏମିତି ଯାବତୀୟ ଅଶ୍ଳିଳ ମେସେଜ ପଠାଉଥିଲେ ସେ । ତେବେ ଏହାକୁ ନେଇ ପ୍ରତିବାଦ୍ କଲେ ଚାକିରୀ ନେଇଯିବ ବୋଲି ଧମକ ଦେଉଥିଲେ । ସେପଟେ ଏହି ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖି ବିଭୁ କହିଥିଲେ ଯେ , ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି । ତାଙ୍କ ମୋବାଇଲରୁ କୌଣସି କଲ୍ କି ମେସେଜ୍ ଯାଇନି । ଭଏସ୍ କଲ୍ ଓ ମେସେଜକୁ ଫରେନ୍ସିକ୍ ଲ୍ୟାବ୍ ଠାଇବାକୁ ଦାବି କରିଥିଲେ ନିର୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । ତେବେ ଗୁରୁବାର ତଦନ୍ତ କରି ଅୟୁଷ ନିର୍ଦେଶକ ବିଭୁ ୍ରପ୍ରସାଦ ଷଡଙ୍ଗୀଙ୍କୁ ଗିରଫ କରାଯାଇଛି ।