ନୂଆଦିଲ୍ଲୀ- ସାତ ଦିନ ବ୍ୟବଧାନ ପରେ ପୁଣି ବଢିଛି ତୈଳ ଦର । ବର୍ଦ୍ଧିତ ନୂଆ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ଟଙ୍କାଥିବା ବେଳେ ଡିଜୋଲ ଲିଟର ପିଛା ୮୦.୭୮ ଟଙ୍କା ରହିଛି । ଜୁନ ୭ରୁ କ୍ରମାଗତ ଭାବେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଡିଜେଲ ଦର ଜୁନ ୨୯ ତାରିଖରୁ ବୃଦ୍ଧି ପାଉଛି । ଦିଲ୍ଲୀରେ ପ୍ରଥମ କରି ପେଟ୍ରୋଲ ଅପେକ୍ଷା ଡେଜେଲ ଦର ଅଧିକ ରହିଛି ।