ନୂଆଦିଲ୍ଲୀ- ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଆଶୟୀ ପ୍ରାର୍ଥୀଙ୍କୁ ଲାଗିଛି ଶକ୍ତ ଝଟକା । ରେଲୱେ ପକ୍ଷରୁ ଆଉ ନୂଆ ପଦବୀ ସୃଷ୍ଟି କରାଯିବ ନାହିଁ କି ଖାଲି ପଡିଥିବା ପଦବୀରେ କାହାକୁ ଚାକିରି ଦିଆଯିବ ନାହିଁ । କେବଳ ସେଫ୍ଟି କ୍ୟାଟୋଗୋରୀ କ୍ଷେତ୍ରରେ ନିଯୁକ୍ତି ଦିଆଯିବ । କରୋନା ପାଇଁ ରେଳ ଚଳାଚଳ ବନ୍ଦ ରହିଥିବାରୁ ରେଳ ବିଭାଗକୁ ପ୍ରବଳ କ୍ଷତି ସହିବାକୁ ପଡୁଛି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗତ ନଭେମ୍ବର ମାସରେ ୨ ଲକ୍ଷ ୯୩ ହଜାର ପ୍ରଶାସନିକ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଥିଲେ । ସେହିପରି ୨ ବର୍ଷ ମଧ୍ୟରେ କେତେ ପରିମାଣର ନିଯୁକ୍ତି ମିଳିଛି ତାର ସମୀକ୍ଷା କରାଯିବ । ଯଦି କୌଣସି ପଦବୀ ଫାଙ୍କା ପଡିଥିବ ସେ ସବୁକୁ ରଦ୍ଧ କରିବା ସହିତ କୌଣସି ନୂଆ ଚାକିରୀ ସୃଷ୍ଟି କରାଯିବ ନାହିଁ ବୋଲି କୁହାଯାଇଛି ।