ବିଶ୍ୱ ସରଳତା ଦିବସ

ଆଜି ହେଉଛି ବିଶ୍ୱ ସରଳତା ଦିବସ । ଏହି ଦିବସ ପ୍ରତି ବର୍ଷ ଜୁଲାଇ ୧୨ ତାରିଖରେ ପାଳନ କରାଯାଏ । ୧୮୧୭ ମସିହା ଜୁଲାଇ ୧୨ ତାରିଖରେ ୟୁଏସ ର ବିଶିଷ୍ଟ କବି ହେନେର ଡାଭେନ୍ ଜନ୍ମ ଗ୍ରହଣ କରିଥିଲେ । ସେ ଦୁନିଆକୁ ସରଳତାର ବାର୍ତା ଦେଉଥିବା ସହ ଅନେକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ । ସେହି ଦିନଠୁ ତାଙ୍କ ଜନ୍ମ ତାରିଖକୁ ବିଶ୍ୱ ସରଳତା ଦିବସ ରୁପେ ପାଳନ କରୁଛି । ତେବେ ସରଳତା ହେଉଛି ଏକ ବିଶିଷ୍ଠ ମାନବିୟ ଗୁଣ । କୁହାଯାଏ ଯେ ସରଳତା ଦେବତ୍ୱର ପ୍ରତିକ ବୋଲି ମଧ୍ୟ କୁହନ୍ତି ହେନେର୍ । ଅନ୍ୟପଟେ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ସରଳତା ଓ ନିଷ୍କପଟତାର ଜୀବନ୍ତ ଉଦାହରଣ ଥିଲେ । ଏକ ସରଳ ନିଷ୍କପଟ ବ୍ୟକ୍ତି ସଦା ନିର୍ଭିକ ହୋଇଥିବା ବେଳେ ଏକ ଦୁର୍ଦ୍ଧାନ୍ତ ବ୍ୟକ୍ତି ଭିରୁତାର ପରିଚୟ ଦେଇଥାଏ । କିନ୍ତୁ ସରଳତାର ଅର୍ଥ ନିର୍ବୋଧ ତା ନୁହେଁ । ଜଣେ ବୁଦ୍ଧିମାନ ବ୍ୟକ୍ତି ସରଳତା ଗୁଣ କୁ ପ୍ରାଧାନ୍ୟ ଦେଇଥାଏ । ଜୀବନକୁ ସରଳ, ସୁନ୍ଦର, କହିବାକୁ ହେଲେ ସରଳ ଜୀବନ ଯାପନ କରିବା ତଥା ନିଜର ପ୍ରକୃତ ଓ ପ୍ରବୃତିରେ ସରଳତାକୁ ସ୍ଥାନ ଦେବା ନିତ୍ୟାନ୍ତ ଆବଶ୍ୟକ । ଆଜିର ବୈଷୟିକ ଓ ବସ୍ତୁବାଦୀ ଜଗତରେ ସରଳତା ଗୁଣ । ଆଧୁନିକ ଜୀବନ, ହିଂସା, ଦ୍ୱେଷ ଓ ଯୁଦ୍ଧର ବିଭିଷିକାରେ ପରିପୂର୍ଣ୍ଣ । ଏହି ପରିକ୍ଷେିରେ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶୀତ ଶାନ୍ତି ଓ ସରଳତା ମାର୍ଗ ମାନବ ଜାତିର କଲ୍ୟାଣ ସାଧନରେ ସହାୟକ ହୋଇପାରିବ ।
ତାହା ନେଇ କିଛି ସନ୍ଦେହ ନାହିଁ ।

Leave A Reply

Your email address will not be published.

two × two =