୧୦୦% ବିଦ୍ୟୁତକରଣ ହେବ ରେଳବାଇ: ପୀୟୂଷ ଗୋୟଲ

ନୂଅଦିଲ୍ଲୀ- ଅକ୍ଷୟ ଶକ୍ତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଆନ୍ତର୍ଜାତିକ ସୋଲାର ଗ୍ରିଡରେ ପରିଣତ ହେବାକୁ ସରକାର କାମ ଚଳାଇଛନ୍ତି । ଏତଦ ବ୍ୟତିତ ଆସନ୍ତା ସାଢେ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳବାଇ ଶତ ପ୍ରତିଶତ ବିଦ୍ୟୁତକରଣ ହେବ । ପରବର୍ତୀ ୯ରୁ ୧୦ ବର୍ଷ ମଧ୍ୟରେ ରେଳବାଇ ୧୦୦% ନେଟ ଜିରୋ ଅପରେଟର ହୋଇପାରିବ । ୨୦୩୦ ବେଳକୁ ବିଶ୍ୱର ପ୍ରଥମ ବୃହତ କ୍ଳିନ ରେଲୱେଜ ଅଧିକାରୀ ଭାବେ ଆମେ ଗର୍ବ ଅନୁଭବ କରିବା । ଭିଡିଓ କନଫରେନସିଂ ଜରିଆରେ କନଫେଡେରେସନ ଅଫ ଇଣ୍ଡିଆନ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୋୟେଲ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ, ବିଶ୍ୱ ଓ ଗ୍ରିଡର ପ୍ରସାର କରୁଛନ୍ତି । ଭାରତ ଇଂଟରନ୍ୟାସନାଲ ରିନିଉଏବଲ କମ୍ୟୁନିଟିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ପିଏମ-କୁସୁମ ଯୋଜନାରେ ଆମେ କୃଷକଙ୍କ ପାଇଁ ଅକ୍ଷୟ ଶକ୍ତି ଆଣୁଛୁ ।

Leave A Reply

Your email address will not be published.

thirteen − 5 =