ଫନି ଅଂଚଳରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଂଚାଯିବ

ଭୁବନେଶ୍ୱର: ଓଡିଶା ଇଂଟରନ୍ୟାସନାଲ ସେଂଟର ଓ ଭଲ୍ୟୁଟାରୀ ଏଜେନ୍ସି ଫର୍ ସୋସିଆଲ ଆକ୍ସନ ପକ୍ଷରୁ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ମଧ୍ୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ ହଜାର ଉନ୍ନତ ନଡ଼ିଆଗଛ ବଂଟନ କରାଯିବ । ଆଜି ସାକ୍ଷୀଗୋପାଳଠାରେ ଏକ କର୍ମକର୍ତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ଓଡ଼ିଶା ଇଂଟରନ୍ୟାସନାଲ ସେଂଟରର ଅଧ୍ୟକ୍ଷ ଶ୍ରୀ ପରେଶ ନାୟକ । ଏହି କର୍ମଶାଳାରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲାୟନ୍ସ କ୍ଲବର ଆଞ୍ଚଳିକ ସଭାପତି ଶ୍ରୀ ଅନିଲ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଶାସକ ଶ୍ରୀ ମଧୁସୂଦନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାର ୫ଟି ବ୍ଲକ ଯଥା ପିପିଲି, ସତ୍ୟବାଦୀ, ବ୍ରହ୍ମଗିରୀ, ପୁରୀ ସଦର ଓ ଗୋପ ବ୍ଲକରେ ଏହି ନଡ଼ିଆ ଚାରା ବଂଟନ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଓ ଭୁବନେଶ୍ୱର ବ୍ଲକରେ ନଡ଼ିଆଗଛ ଚାରା ବଂଟନ କରାଯିବ । ଏହି ଉନ୍ନତମାନର ନଡ଼ିଆ ଚାରା ଲୋକମାନଙ୍କୁ ୨୦ ଟଙ୍କା ଓ ୪୦ ଟଙ୍କା ହିସାବରେ ଦିଆଯିବ । ଡେ଼ଙ୍ଗାଗଛ ୨୦ ଟଙ୍କା ଓ ଗେଡ଼ା ଗଛ ୪୦ ଟଙ୍କାରେ ଦିଆଯିବ । ଡେ଼ଙ୍ଗାଗଛ ୬ ବର୍ଷରେ ଫଳଦାନ କରିବା ବେଳେ ଗେଡ଼ାଗଛ ୪ ବର୍ଷରେ ଫଳଦାନ କରିବ । ଆଜି କର୍ମକର୍ତାମାନଙ୍କୁ ନଡ଼ିଆ ଚାରା ରୋପଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା । ଏହି ନଡ଼ିଆ ଚାରା ବଂଟନ କାର୍ଯ୍ୟକ୍ରମର ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ଏଥିରେ ପୂର୍ବତନ ଆଇଏଏସ୍ ଜେ.ପି. ଦାସ, ଏମ୍ସର ପୂର୍ବତନ ନିଦେ୍ର୍ଧଶକ ତଥା ବର୍ତମାନର ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଅଶୋକ ମହାପାତ୍ର, ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶ୍ରୀ ରବିନାରାୟଣ ନନ୍ଦ, ଜାଭିୟର ବିଶ୍ୱବିଦ୍ୟାଳୟର ଡିନ୍ ଶ୍ରୀ ପ୍ରିୟଦର୍ଶନ ପାତ୍ର ଓ ବିଶିଷ୍ଟ ଶିଳ୍ପପତି ଶ୍ରୀ ଦିଲେଶ୍ୱର ପ୍ରଧାନ ସାମିଲ୍ ହୋଇଛନ୍ତି ।

Leave A Reply

Your email address will not be published.

16 − 4 =