ଶୁଣାଣୀ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ପିଲାମାନଙ୍କ ପାଇଁ ଗୋଟିଏ ବୋର୍ଡ ଗୋଟିଏ ସିଲାବସ ପ୍ରଚଳନ ପାଇଁ ଦାବି କରି ଦାୟର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମନା କରିଦେିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁକ୍ରବାର ଏହା ଉପରେ ମତ ଦେଇ କହିଥିଲେ ଯେ ଆମ ଦେଶରେ ପିଲାମାନଙ୍କ ଉପରେ ଏବେ ବୋଝ ଲଦି ଦିଆଯାଉଛି ଯେ ସେମାନେ ଭାରକ୍ରାନ୍ତ ହୋଇଯାଉଛନ୍ତି । ସେମାନେ ଯେଉଁ ବ୍ୟାଗ୍ ନେଇ ସ୍କୁଲ ଯାଉଛନ୍ତି, ତାହା ପୂର୍ବରୁ ଏତେ ଓଜନିଆ ଅଛି ଯେ ତାହାର ଚାପ ସେମାନ ସହ୍ୟ କରିପାରୁନାହାନ୍ତି । ଆପଣ ସେମାନଙ୍କ ପ୍ରତି ଟିକିଏ ସମବେଦା ରଖନ୍ତୁ । ଆଉ ସେମାନଙ୍କ ବୋଝ ବଢ଼ାଇବାକୁ ଉଦ୍ୟମ କରନ୍ତୁ ନାହିଁ । ବିଜେପି ନେତା ତଥା ଆବେଦନାକରୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କୁ ଅଦାଲତ କହିଥିଲେ ଯେ ଆପଣ ଯେଉଁସବୁ ଦାବି କରୁଛନ୍ତି । ତାହା ହେଉଛି ନୀତିଗତ ନିଷ୍ପତି ଯାହାକି ସରକାର ନେବେ । ସୁପ୍ରିମକୋର୍ଟ ସେଥିରେ କିଛି କରିପାରିବେ । ନାହିଁ । ଆପଣ ଆଶା କରୁଛନ୍ତି ଯେ ଆମେ ସମସ୍ତଙ୍କୁ କହିବୁ କି ସବୁ ବୋର୍ଡକୁ ମିଶାଇ ଦିଅ । ଏଇ ସିଲାବସ ପ୍ରଚଳନ କରାଅ । ଏଇ ପାଠ ପଢ଼ାଅ, ଆଉ ୟା’କୁ ବାଦ୍ ଦିଅ । ଏସବୁ କାମ କ’ଣ ଅଦାଲତ କରିବେ? ଉପାଧ୍ୟାୟ କହିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାର ଜବାବରେ କହିଲେ ଯେ ଏହା ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ କିନ୍ତୁ ବିଚାରଯୋଗ୍ୟ ନୁହେଁ ।

Leave A Reply

Your email address will not be published.

1 × four =