ଉତରାଖଣ୍ଡରେ ବର୍ଷା ; ୩ ମୃତ , ୯ ନିଖୋଜ

ନୂଆଦିଲ୍ଲୀ : ଉତରାଖଣ୍ଡର ପିଥୌରାଗଡ଼ରେ ରବିବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷାରେ ବହୁ ଘରଦ୍ୱାର ମାଟି ତଳକୁ ଦବି ଯାଇଛି। ପାହାଡ଼ରୁ ହଠାତ ପଥର ଆଦି ଖସି ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଜଳର ପ୍ରବଳ ସ୍ରୋତ କାରଣରୁ ଲୋକେ ମଧ୍ୟ ଭାସିଯାଇଥିବା ଖବର ସାମ୍ନାକୁ ଆସୁଛି। ଏଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ରହିଛନ୍ତି। ଆଗାମୀ ୨ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନା ଯୋଗ୍ୟ,  ଗତକାଲି ରାତି ସମୟରେ ପ୍ରବଳ ବର୍ଷା ହେବା ପରେ ଏଠାକାର ମୁନ୍ସୟାରୀର ଟାଗା ଗାଁ ଓ ବଙ୍ଗାପାନୀର ଗେଲା ଗାଁରେ ବାଦଲଫଟା ବର୍ଷା କାରଣରୁ ଖୁବ କ୍ଷତି ହୋଇଛି। କିଛି ଘର ଆଖିପିଛୁଳାକେ ମାଟିରେ ଧସି ପଡ଼ିଲା। ଗେଲା ଗାଁରେ ୩ ଜଣଙ୍କର ଘରର ଭୁଷୁଡ଼ିପଡ଼ିବାରୁ ସେଥିରେ ଦବି ଯାଇ ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଏହାସହ ଟାଗାର ୯ ଜଣ ନିଖୋଜ ରହିଛନ୍ତି। ଜଣେ ଆହତ ହୋଇଛନ୍ତି। ପ୍ରବଳ ବର୍ଷାରେ ରାସ୍ତାରେ ଜଳର ଅତିରିକ୍ତ ପ୍ରବାହ ଯୋଗୁଁ ଅନେକ ଲୋକେ ଗ୍ରାମରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.

2 + 15 =