କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ


ନୂଆଦିଲ୍ଲୀ- କରୋନାରୁ ଆରୋଗ୍ୟ ଲାଭ କଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୌନ । ଆଜିଠାରୁ ସେ କାର୍ଯ୍ୟରେ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଜୁନ ୧୭ରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ପ୍ଳାଜମା ଦିଆଯାଇଥିଲା । ପ୍ଲାଜମା ଦିଆଯିବା ପରେ ତାଙ୍କ ଅବସ୍ଥା ଧିରେ ଧିରେ ସୁଧୁରିବା ଆରମ୍ଭ ହୋଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ବେଳେ ଆଜି ଠାରୁ ସେ କାମରେ ଯୋଗେ ଦେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.

four × 5 =