ଅନ୍ତର୍ଜାତୀୟ ଚେସ୍ ଦିବସ

ଆଜି ‘ଅନ୍ତର୍ଜାତୀୟ ଚେସ୍ ଦିବସ’ । ୨୦ ଜୁଲାଇ ୧୯୨୪ରେ ପ୍ୟାରିସରେ ଗ୍ରୀଷ୍ମକାଳୀନ ଅଲିମ୍ପକ୍ ଚାଲିଥିବା ବେଳେ ‘ୱାର୍ଲ୍ଡ ଚେସ୍ ଫେଡେରେସନ୍’ ର ପ୍ରତିଷ୍ଟା ହୋଇଥିଲା । ୧୯୬୬ରୁ ଏହି ଦିବସ ପାଳନ କରାଯାଉଛି । ଚେସ୍ ର ଜନ୍ମ ଭାରତରେ, ପଂଚମ ଶତାଦ୍ଧୀରେ ହୋଇଥିଲା । ଏହାର ମୂଳ ଭାରତୀୟ ନାମ ‘ଚତୁରଙ୍ଗ’ । ଏହା ଭାରତରୁ ପର୍ସିଆ ଯାଇଥିଲା ଏବଂ ସେଠାରୁ ୟୁରୋପର ଦକ୍ଷିଣାଂଚଳ । ପଂଚଦଶ ଶତାଦ୍ଧୀରେ ୟୁରୋପରେ ଏହାକୁ ନିଷିଦ୍ଧ କରିବା ଲାଗି ଉଦ୍ୟମ ହୋଇଥିବା ସତ୍ୱେ ଏହି ଖେଳ ବର୍ତିଯାଇଥିଲା । ଆଧୁନିକ ଚେସ୍ ର ଜନ୍ମ ୟୁରୋପରେ ହିଁ ହୋଇଥିଲା । ପ୍ରଥମ ଆଧୁନିକ ଚେସ୍ ଟୁର୍ନାମେଂଟ୍ ୧୮୫୧ରେ ଲଣ୍ଡନରେ ଅନୁଷ୍ଟିତ ହୋଇଥିଲା । ସେହି ଐତିହାସିକ ପ୍ରତିଯୋଗିତା ଜିତିଥିଲେ ଜର୍ମାନିର ଆଡୋଲ୍ଫ ଆଣ୍ଡରସନ୍ । ୨୦୧୨ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଚେସ୍ ବିଶ୍ୱର ଏକ ଲୋକପ୍ରିୟ ଖେଳ । ଷାଠିଏ କୋଟିରୁ ଅଧିକ ପ୍ରାପ୍ତ-ବୟସ୍କ ନିୟମିତ ଏହା ଖେଳୁଛନ୍ତି ।

Leave A Reply

Your email address will not be published.

three × 2 =