ଟ୍ୱିଟର ଆଣିଲା ନୂଆ ଫିଚର

ନୂଆଦିଲ୍ଲୀ – ଏବେ ସାମାଜିକ ଗଣମାଧ୍ୟମ ବିନା ବଂଚିବା ଭାରି କଷ୍ଟକର । ଏଥିପାଇଁ ବିଭିନ୍ନ ପ୍ରକାରର ଆପ୍ର ବହୁଳ ବ୍ୟବହାର ହେଉଛି । ଦନକୁଦିନ ଏହି ଆପ୍ ଗୁଡିକ ଲୋକପ୍ରିୟତା ମଧ୍ୟ ବଢୁଛି । ଏହି କ୍ରମରେ ବ୍ୟବହାରକାରୀଙ୍କ ଆବଶ୍ୟକ ପୂରଣ କରିବା ପାଇଁ ସଫ୍ଟୱେର କମ୍ପାନୀ ଗୁଡିକ ବିଭିନ୍ନ ପ୍ରକାରର ଫିଚର ସଂଯୋଗ କରି ବିଭିନ୍ନ ସୋସିଆଲ ମିଡିଆ ଆପ୍ ଗୁଡିକକୁ ଅଧିକ ସହଜ ବ୍ୟବହାର ଉପଯୋଗୀ କରୁଛନ୍ତି । ସୋସିଆଲ ମିଡିଆ ଆପଗୁଡିକ ମଧ୍ୟରେ ଗୋଟିଏ ହେଉଛି ଟ୍ୱିଟର । ଏହା ସାରା ବିଶ୍ୱରେ ବେଶ ଲୋକପ୍ରିୟ । ଏହାକୁ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତିଙ୍କଠାରୁ ଆରମ୍ଭ ସାଧାରଣ ଲୋକ ବ୍ୟବହାର କରୁଛନ୍ତି । ତେବେ ଏଥିରେ ଜଣେ ଅନ୍ୟଜଣଙ୍କୁ ସିଧାସଳଖ ମେସେଜ ପଠାଇବାର ସୁବିଧା ନଥିଲା । ବ୍ୟବହାରକାରୀ ମେସେଜ୍ କରିବା ପାଇଁ ଅଲଗା ସାଇଟ୍ ବା ଆପ୍କୁ ଯାଉଥିଲେ । ଫଳରେ ବ୍ୟବହାରକାରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ତା’ର ବ୍ୟବହାରକାରୀଙ୍କ ଅସୁବିଧା ଦୂର କରିଛି । ଟ୍ୱିଟର ଜରିଆରେ ଏବେ ଜଣେ ବ୍ୟକ୍ତି ଅ୍ଧମ ଜଣଙ୍କୁ ସିଧାସଳଖ ମେସେଜ କରିନାରିବ ଏଥିପାଇଁ ଟ୍ୱିଟର ଏକ ନୂଆ ଫିଚର ନିଜ ଆପ ସହ ଯୋଡିଛି । ଏହି ଫିଚର ଦ୍ୱାରା ଜଣେ ବ୍ୟବହାରକାରୀ ଫେସବୁକ୍ର ମେସେଞ୍ଜର, ଗୁଗୁଲ ହ୍ୟାଙ୍ଗ ଆଉଟ ଓ ଲିଙ୍କଡିନ ଭଳି ଅନ୍ୟ ଜଣଙ୍କୁ ମେସେଜ କରିପାରିବେ ବୋଲି ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

5 × two =