ଭାରତ-ଆମେରିକା ଉର୍ଜା ସମ୍ପର୍କ ଅଧିକ ନିବିଡ ହେବ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମବୀ ଧର୍ମେନ୍ଦ୍ରପ୍ରଧାନଙ୍କ ଯୁଗ୍ମ-ଅଧ୍ୟକ୍ଷତାରେ ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟିଙ୍କ ସହ ଭାରତ- ଆମେରିକା ଦ୍ୱିତୀୟ ମବୀସ୍ତରୀୟ ଋଣନୈତିକ ଉର୍ଜା ସହଯୋଗ(ଏସଇପି) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ମବୀସ୍ତରୀୟ ବୈଠକ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସମ୍ପର୍କ ଭାରତକୁ ଏକବିଂଶ ଶତାବ୍ଦୀରେ ବିଶ୍ୱ ଉର୍ଜା ଉତ୍ପାଦନର ପେଣ୍ଠସ୍ଥଳି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଆମେରିକାର ସହଯୋଗ ଭାରତକୁ ଗ୍ୟାସ ଅଧାରିତ ଅର୍ଥନୀତି କରିବା ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ । ଏହାସହ ଉର୍ଜା କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକା ସରକାର ଏବଂ ଆମେରିକାର କମ୍ପାନୀ ଗୁଡିକୁ ଆତ୍ମନିର୍ଭର ଭାରତ ମିଶନରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ଆମେରିକା ଓ ଭାରତ ଉର୍ଜା ସମ୍ପର୍କ ଭାରତକୁ ଏକବଂଶ ଶତାବ୍ଦୀରେ ବିଶ୍ୱ ଉତ୍ପାଦନର ବିଶେଷ ଭାବରେ ଉର୍ଜା ଭିତିଭୂମିର ପେଣ୍ଠସ୍ଥଳି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଜିର ବୈଠକରେ ଉର୍ଜା ସୁରକ୍ଷା ଏବଂ ଉର୍ଜା ଉପଲ୨ି ଉପରେ ଆମେରିକା ଏବଂ ଭାରତ ମଧ୍ୟରେ ଗୁରୁତ୍ୱ ଦିଆଯାଇଥିଲା । ଭାରତ-ଆମେରିକା ଋଣନୈତିକ ଉର୍ଜା ସହଯୋଗ ଏସଇପିର ଚାରୋଟି ପ୍ରାଥମିକ ସ୍ତ ମ୍ଭ ଶକ୍ତି ଏବଂ ଶକ୍ତି ଦକ୍ଷତା, ତୈଳ ଏବଂ ଗ୍ୟାସ୍, ଅକ୍ଷୟ ଉର୍ଜା ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ଏହି ସ୍ତ ମ୍ଭଗୁଡିକ ମାଧ୍ୟମରେ ଆମେରିକା ଏବଂ ଭାରତ ସ୍ୱଚ୍ଛ, ସୁଲଭ ଏବଂ ନିର୍ଭରଯୋଗ୍ୟ ଉର୍ଜା ଉପଲବ୍ଧ ପାଇଁ ଅନେକ କାର୍ଯ୍ୟ କରାଯାଉଛି । ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହୋଇଥିବାବେଳେ ଆଜିର ବୈଠକ ଭାରତ- ଆମେରିକା ଉର୍ଜା ସମ୍ପର୍କକୁ ଆଗାମୀ ଦିନରେ ଅଧିକ ନିବିଡ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ବୈଠକରେ ଏହି ଏସଇପି ଅଧୀନରେ ଥିବା କାର୍ଯ୍ୟକ୍ରମ ଏବଂ ନୂଆ କାର୍ଯ୍ୟ ଘୋଷଣା ହୋଇଥିଲା ।

Leave A Reply

Your email address will not be published.

13 + ten =