ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ପରଲୋକ


ନୂଆଦିଲ୍ଲୀ- ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି । ଜୁନ୍ ୧୧ ତାରିଖ ଦିନ ଲାଲାଜୀ ନିଶ୍ୱାସପ୍ରଶ୍ୱାସ ନେବାରେ ଅନୁଭବ କରିଥିଲେ । ତାଙ୍କୁ ଲକ୍ଷ୍ନୌ ର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ପରିଶ୍ରାରେ ଅସୁବିଧା ହେବା ସହ ଜ୍ୱର ଲାଗି ରହୁଥିଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ତାଙ୍କ ମୃତ୍ୟୁରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟାନ୍ୟ ପ୍ରମୁଖ ନେତା ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ୧୯୩୫ ଏପ୍ରିଲ ୧୨ରେ ଜନ୍ମ ହୋଇଥିବା ଟଣ୍ଡନ ବିଜେପିର ଜଣେ ବରିଷ୍ଠ ନେତା ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ଥିଲେ । ୧୯୭୮ରୁ ୧୯୮୪ ମଧ୍ୟରେ ସେ ଦୁଇଥର ଉତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ବିଧାନ ପରିଷଦର ନେତା ଭାବେ ରହିଥିଲେ । ୧୯୯୬ରୁ ୨୦୦୯ ମଧ୍ୟରେ ତିନି ଥର ଉତରପ୍ରଦେଶ ବିଧାଦ ସଭାର ସଦସ୍ୟ ଥିଲେ । ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ଦେତା ରହିଥିଲେ । ଏତଦ୍ ବ୍ୟତିତ ବିଏସପି-ବିଜେପି ମିଳିତ ମଂଚ ଶାସନ କ୍ଷମତାରେ ଥିବାବେଳ ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.

twenty − seventeen =