୩ଟି କମ୍ପ୍ରେସର ସମେତ ଡାଇନାମାଇଟ୍ ଜବତ

ଖୋର୍ଦ୍ଧା: କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟରେ କଡାକଡି ଭାବେ ଲକଡାଉନ୍ ଲାଗୁ ହୋଇଛି । କିନ୍ତୁ ଏହାର ଫାଇଦା ଉଠାଇଛନ୍ତି ପଥର ମାଫିଆ ମାନେ । ଏମାନେ ବେଆଇନ୍ ଭାବରେ ଲକ୍ଷ ଲକ୍ଷ ଟଙ୍କାର କଳାମୁଗୁନି ଓ ମାଙ୍କଡା ପଥରକୁ ବ୍ଲାଷ୍ଟି କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ନିଡର ଭାବରେ ଚାଲଣ କରୁଛନ୍ତି । ବେଆଇନ୍ ପଥର କାରବାର ହେଉଥିବାର ସଂନ୍ଧାନ ପାଇ ଖୋର୍ଦ୍ଧା ଜଂକିଆ ଥାନା ପୋଲିସ ଡମଣଭୂଇଁ ଗୟାବନ୍ଧ ଅଂଚଳରେ ଚଢାଉ କରି ୩ଟି କମ୍ପ୍ରେସର, ଫିଟିଙ୍ଗ ଟ୍ରାକଟର ସମେତ ପଥର ବ୍ଲାଷ୍ଟିଂରେ ବ୍ୟବହୃତ ବିପୁଳ ପରିମାଣର ଡାଇନାମାଇଟ୍ ଓ ଗୋଳାବାରୁଦକୁ ଜବତ କରିଛନ୍ତି । ଅଚାନକ ପୋଲିସର ଚଢାଉ ପରେ ପଥର ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

16 − 7 =