ନୂଆଦିଲ୍ଲୀ- ଏଲଏସିରୁ ହଟୁନି ଚୀନ । ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ସ୍ୱତେ ପୂର୍ବ ଲଦାଖର କିଛି ଅଂଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି ବୋଲି ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚୀନ ଫିଙ୍ଗର-୫ରେ ଏକ ଅବଜର୍ଭେସନ ପୋଷ୍ଟ କରିବା ଯୋଜାନ କରୁଛି । ବିଭିନ୍ନ ଯୁଦ୍ଧାସ୍ତ୍ର ସହ ପ୍ରାୟ ୪୦ ହଜାର ଯବାନ ଚୀନ ଠୁଳ କରିଛି ବୋଲି ଜଣାପଡିଛି । ପରିସ୍ଥିତିକୁ ଦେଖି ଭାରତ ମଧ୍ୟ ସଜାଗ ରହିଛି । ସୀମାରେ ଭାରତୀୟ ଯବାନଙ୍କର ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅସ୍ତ୍ରଶସ୍ତ୍ର ରଖାଯାଇଛି । ଗତ ୧୪ ସ ୧୫ ତାରିଖରେ ଉଭୟ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହୋଇଥିଲା । ସୀମା ବିବାଦ ସମାଧାନ ନେଇ ପୂର୍ବ ନିର୍ଦ୍ଧାରିତ ସମସ୍ତ ସହମତି ଭିତିକ ପ୍ରୋଟୋକଲ ଅନୁପାଳନ କରିବାକୁ ଭାରତ ଚୀନକୁ ସ୍ପଷ୍ଟ ଶୁଣାଇଥିଲା ।