ଗୁଇନ୍ଦା ଏଜେନ୍ସି ଆୟକର ଯାଂଚ କରିବେ


ନୂଆଦିଲ୍ଲୀ- ଏଣିକି ଲୋକଙ୍କର ଆୟକର ରେକର୍ଡ ଯାଂଚ ୪ ଗୁଇନ୍ଦା ଏଜେନ୍ସି କରିବେ । ବ୍ୟକ୍ତିବିଶେଷଙ୍କ ଆୟକର ରିଟର୍ଣ୍ଣ ଓ ସୂଚନା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନାଗୁଡିକୁ ଯାଂଚ କରିବାକୁୁ କ୍ୟାବିନେଟ୍ ସେକ୍ରେଟେରିଏଟ୍, ଇଂଟେଲିଜେନ୍ସ୍ ବୁ୍ୟରୋ, ନାକ୍ରୋଟିକ କଂଟ୍ରୋଲ ବୁ୍ୟରୋ ଏବଂ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିଙ୍କୁ କ୍ଷମତା ଅର୍ପଣ କରାଯାଇଛି । ଏହା ଗୁଇନ୍ଦା ଏଜେନ୍ସିଙ୍କୁ ଆତଙ୍କବାଦ ଓ ନିଶା ଔଷଧ ଚୋରାଚାଲାଣ ଦମନ କରିବାରେ ସହାୟକ ହେବ ବୋଲି ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ବିଜ୍ଞପ୍ତି ଜାରି କରିଛି । ୧୯୬୧ ମସିହା ଆୟକର ଆଇନ ଧାରା ୧୩୮ ଅନୁସାରେ ଟିକସ କତୃପର୍କ୍ଷ ଟିକସ ସମ୍ବନ୍ଧରେ ପାଇଥିବା ସୂଚନା ସବୁକୁ ଯେ କୌଣସି ପ୍ରବର୍ତନ କର୍ତୃପକ୍ଷଙ୍କୁ ଦେଇ ପାରିବେ ।

Leave A Reply

Your email address will not be published.

four × 3 =