ମାଟି ଅତଡ଼ା ଧସି ଦୁଇ ଶ୍ରମିକ ମୃତ,ଜଣେ ଆହତ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଫ୍ଲାଇଓଭର୍ କାର୍ଯ୍ୟ ପାଇଁ ଡ୍ରେନ କାର୍ଯ୍ୟରେ ମାଟି ଖୋଳି ପାଣି ପାଇପ କାର୍ଯ୍ୟ ଚାଲିଥିବା ସମୟରେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଶ୍ରମିକ ଆହତ ହୋଇଛନ୍ତି ।   ଘଟଣାସ୍ଥଳରୁ ଜଣାପଡିଛି ଯେ,ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ କମାର ଯୋଡା ଠାରେ ରାଜ୍ୟ ରାଜପଥ ନଂ ୨ ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ ପାଇଁ ମାଟି ଖୋଳି ପାଣି ପାଇପ କାର୍ଯ୍ୟ ଚାଲୁଥିବା ବେଳେ ଅଚାନକ ମାଟି ଅତଡ଼ା ଖସି ଏକାଧିକ ଶ୍ରମିକ ପୋତି ହୋଇ ଯାଇଥିଲେ । ଘଟଣାସ୍ଥଳରେ ଯୋଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ହେଁ  ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ପୋତି ହୋଇ ଯାଇଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଆଂଶିକ ପୋତି ହୋଇଥିବା  ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଢ଼ ଭିତରେ ଥିବା ଦୁଇ ଶ୍ରମିକ ପୋତି ହୋଇ ଯାଇଥିଲେ । ମୃତ ଶ୍ରମିକ ଦ୍ବୟ ହେଲେ କଳାପାହାଡ଼ ତଲକ୍ ହଟିଂ ର ଅର୍ଜୁନ ଲୋହାର(୨୩),ଚରଣ ଲୋହାର(୧୭)  । ଆହତ ଶ୍ରମିକ  ମୁକେଶ ସର୍ଦ୍ଦାରଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନ।ରେ ଭର୍ତି କରାଯାଇଛି । ଜେସିବି ମେସିନ ଓ ଏସ୍କାଭେଟର ଯୋଗେ ମାଟି ଖୋଳି ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ହେଁ, ଡାକ୍ତରଖାନ।ରେ  ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ତେଣେ ଏହି ଘଟଣା ଘଟିଯାଇଥିବା ତାରିଣୀ ଛକ ଠାରେ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ,ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ରାସ୍ତା ପାର୍ଶ୍ୱରେ ଡ୍ରେନ କାର୍ଯ୍ୟ ପାଇଁ ମାଟି ଖୋଳ। ହେଉଛି । ଗଭୀର ମାଟି ଖୋଳା  କାର୍ଯ୍ୟ ଠିକା ସଂସ୍ଥା ଚେଭରୋକ୍ସ୍ କମ୍ପାନୀ ପକ୍ଷରୁ କରା ଯାଉଅଛି ।

Leave A Reply

Your email address will not be published.

10 + three =