ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କୁ ଭେଟିଲେ ଟ୍ରକ୍ ମାଲିକ ସଙ୍ଘ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳରେ ଟ୍ରକ୍ ଦ୍ଵାରା ହେଉଥିବା ଚୋର। ଖଣିଜ କାରବାରକୁ ରୋକିବା ପାଇଁ ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ନୂତନ ନିୟମକୁ ତର୍ଜମା କରି ପଦକ୍ଷେପ ନେବା ପାଇଁ ଶୁକ୍ରବାର ଟ୍ରକ୍ ମାଲିକ ମାନେ ଯୋଡା ଖଣି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯୋଡା ଟ୍ରକ୍ ମାଲିକ ସଙ୍ଘ ସଭାପତି ମାତା ପ୍ରସାଦ ଜୟସ୍ଵ।ଲ୍,ସମ୍ପାଦକ ସୁଶାନ୍ତ କୁମାର ବାରିକ,କୋଷାଧ୍ୟକ୍ଷ ରାଜେଶ୍ ରୋଷନ୍ ,ଅଶୋକ କ।ରୁଆ ,ଆଞ୍ଚଳିକ ଟ୍ରକ୍ ମାଲିକ ସଙ୍ଘ ଉପ ସଭାପତି ଅର୍ଜୁନ ମୁଣ୍ଡା,ସମ୍ପାଦକ ରାଜେନ୍ଦ୍ର ବାରିକ, ଗୋବିନ୍ଦ ଖିଲାର ,ମନବୋଧ ବେହେରା ଓ ମାଇଂନିଂ ଏରିଆ ଟ୍ରକ୍ ମାଲିକ ସଙ୍ଘ ର ସହ ସମ୍ପାଦକ ଅଜୟ ସିନା ଙ୍କ ସମେତ କିଛି  ଟ୍ରକ୍  ମାଲିକ ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ,ଟ୍ରକ୍ ଦ୍ଵାରା ଖଣିଜ ପରିବହନରେ ସ୍ବଚ୍ଛତା ଆଣିବା ପାଇଁ ଖଣି ବିଭାଗ ପକ୍ଷରୁ ଗତ ଜାନୁଆରୀ ମାସ ୨୨ତାରିଖରେ ଏକ ଗାଇଡ ଲାଇନ ଜାରି କରାଯାଇଛି । ଉକ୍ତ ଗାଇଡ ଲାଇନରେ ଦର୍ଶା ଯାଇଥିଲା, ଖଣିରୁ ଖଣିଜ ପରିବହନ ସମୟରେ ଖଣି ବିଭାଗ ପକ୍ଷରୁ ଦିଆ ଯାଉଥିବା ଟ୍ରାଞ୍ଜିଟ ପାସକୁ ଟ୍ରକ୍ ମାଲିକମାନେ ଚୋର। କାରବାର ଭଳି ଅସତ୍ ବ୍ୟବହାରରେ ଲଗାଇ ପାରିବେ ନାହିଁ, ଯଦି କୌଣସି ଟ୍ରକ୍ ଏହି ନିୟମ ଉଲଙ୍ଘନ କରିଥାଏ ,ତେବେ ସଂପୃକ୍ତ ଟ୍ରକ୍ ବିରୁଦ୍ଧରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । ଯାହାକୁ ନେଇ ଟ୍ରକ୍ ମାଲିକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏ ନେଇ  ଟ୍ରକ୍ ମାଲିକମାନେ ଏହି ନିୟମର ତର୍ଜମ। କରି ଯେଉଁ ଟ୍ରକ୍ ପ୍ରକୃତରେ ନିୟମ ବିରୁଦ୍ଧ କାର୍ଯ୍ୟ କରିଥିବ, ସେହି ଟ୍ରକ୍ ବିରୁଦ୍ଧରେ ଏହି ନିୟମ ଲାଗୁ କରିବା ପାଇଁ କହିବା ସହିତ ଯେଉଁ ଟ୍ରକ୍ ପରିବହନ ସମୟରେ  ଟ୍ର।ଞ୍ଜିଟ ପାସର ଅନ୍ୟ କୌଣସି ସାଧାରଣ ସମସ୍ୟା ଦେଖାଦେଲେ ଏହି ଜୋରିମାନାକୁ କୋହଳ କରିବା ପାଇଁ ଟ୍ରକ୍ ମାଲିକ ମାନେ ଖଣି ଉପ ନିର୍ଦ୍ଦେଶକ ଙ୍କୁ ନିବେଦନ କରିଥିଲେ । ଏହି ଆଲୋଚନା ପରେ ଟ୍ରକ୍ ମାଲିକ ମାନଙ୍କୁ ଯୋଡା ଖଣି ଉପ ନିର୍ଦ୍ଦେଶକ ଅଗ୍ରୱାଲ କହିଥିଲେ ଯେ,ଚୋର। ଖଣିଜ ପରିବହନ କାର୍ଯ୍ୟକୁ ରୋକିବା ଦିଗରେ  ଟ୍ରକ୍ ମାଲିକ ମାନଙ୍କୁ ସଚେତନ କରିବା ପାଇଁ ଏହି ନିୟମ  ଜାରି କରାଯାଇଛି ।

Leave A Reply

Your email address will not be published.

eighteen − 12 =