ପୁଣି ଥରେ ଆକ୍ଟିଭ ହେଲା ‘କୃଷକଙ୍କ ନରସଂହାର’ ହାସଟ୍ୟାଗ ଥିବା ଆକାଉଣ୍ଟ, ଟ୍ବିଟରକୁ ସରକାରଙ୍କ ନୋଟିସ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହିତ ଜଡ଼ିତ ୨୫୦ ଆକାଉଣ୍ଟକୁ ସସପେଣ୍ଡ କରିବା ଲାଗି ସରକାରଙ୍କ ନୋଟିସ ପରେ ଟ୍ବିଟର ପକ୍ଷରୁ ସେସବୁକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେଗୁଡ଼ିକ ମଧ୍ୟରୁ କିଛି ଆକାଉଣ୍ଟ ପୁଣି ଥରେ ଆକ୍ଟିଭ ହୋଇଯାଇଛି। ବିଶେଷ କରି ମୋଦୀ ସରକାର କୃଷକଙ୍କ ନରସଂହାର ପାଇଁ ଯୋଜନା

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କର ୯ ମାସର ହଷ୍ଟେଲ ଫି’ ଛାଡ

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ

ଜାନୁଆରୀ ୨୬ ଲାଲକିଲ୍ଲା ଓ ଦିଲ୍ଲୀରେ ହିଂସାକାଣ୍ଡ ଘଟଣା : ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ :  ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍‍ ଘୋଷଣା କରିଛି। ଦୀପ୍‍ ସିଦ୍ଧୁ, ଯୁଗରାଜ ସିଂହ,

ଚାଲିଗଲେ ସ୍ୱାମୀ ଓମ୍

ନୂଆଦିଲ୍ଲୀ: ବିବାଦୀୟ ବାବା ତଥା ବିଗବସ୍‌-୧୦ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ଦିଲ୍ଲୀରେ ୬୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପୁଅ ସୂଚନା ଦେଇଛନ୍ତି। ଗତ ତିନି ମାସ ତଳେ ସ୍ୱାମୀ ଓମ୍‌

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୫,୨୮୨କୁ ବୃଦ୍ଧି ପାଇଛି। ୩,୩୨,୩୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪୬ ସକ୍ରିୟ ଆକ୍ରାନ୍ତ

ଭାରତୀୟ ବଂଶୋଦ୍ଭବ ଭବ୍ୟା ନାସାର କାର୍ଯ୍ୟକାରୀ ମୁଖ୍ୟ

ୱାଶିଂଟନ୍ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ୍‌ଙ୍କୁ ନିଯୁକ୍ତ କରାଯାଇଛି। ସୋମବାର ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଷ୍ଠୀରେ କାର୍ଯ୍ୟ କରିଆସିଥିବା ଭବ୍ୟା ବାଇଡେନ୍‌ଙ୍କ ଦ୍ୱାରା

ମୌଳିକ ସୁବିଧାରୁ ବଞ୍ଚିତ ଶୁକ୍ରିଗୁଡା : ଚୁଆ ପାଣି ବଞ୍ଚାଇ ରଖିଛି ଜୀବନ

କୋରାପୁଟ : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଗାଁ ରହିଛି ଯେଉଁଠି ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଲୋକେ ଝରଣା ଉତ୍ସ ଉପରେ ନିର୍ଭର କରୁଛନ୍ତି। କେଉଁଠି କେଉଁଠି ଚୁଆ ପାଣି ଲୋକଙ୍କ ଜୀବନ ବଞ୍ଚାଇ ରଖିଛି। ଏପରି ଚିତ୍ର

ଜାତୀୟ ଚେତନା ଓ ସାମାଜିକ ମୂଲ୍ୟବୋଧ

ଗତ ଜାନୁଆରୀ ୨୮ ତାରିଖ ପଞ୍ଜାବ କେଶରୀ ଲାଲାଜୀଙ୍କ ଜନ୍ମଦିନ ଥିଲା। ସେହି ଅବସରରେ ‘ସମାଜ’ ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ସଭାରେ ମୋର ବକ୍ତବ୍ୟର କିଛିକଥା ଏଠି ପ୍ରକାଶ କରିବା ଏକ ସାମାଜିକ ଦାୟିତ୍ୱ ବୋଲି ମନେକରୁଛି। ଲାଲାଜୀଙ୍କ ଜନ୍ମଦିନ ହେଉଛି ମାନବିକ ମୂଲ୍ୟବୋଧ ସମୀକ୍ଷାର ଦିନ।

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ମଙ୍ଗଳବାର ପ୍ରକାଶ ପାଇଛି। ଉଭୟ ଶ୍ରେଣୀର ପରୀକ୍ଷା ମେ’ ୪ ରୁ ଆରମ୍ଭ ହୋଇ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସୂଚୀ ଘୋଷଣା ସଂକ୍ରାନ୍ତରେ

ମଣ୍ଡିରେ ପଡ଼ି ୬୦ ହଜାର ବସ୍ତା ଧାନ ନଷ୍ଟ

କୁଚିଣ୍ଡା : ଅଦିନିଆ ବର୍ଷା ଚାଷୀ ପାଇଁ କାଳ ହେଲା। କାରଣ ଭିଜି ଯାଇଥିବା ଧାନରୁ ଅଧେ ପଚିଯାଇଛି, ବାକି ଅଧକ ଗଜା ଧରିଲାଣି। ଏହିପରି ଭାବରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ପ୍ରାୟ ୬୦ ହଜାର ବସ୍ତା ଧାନ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।କୁଚିଣ୍ଡା,ଜମନକିରା ଓ ବାମରା ବ୍ଲକର