ରେଳବାଇ ଓଭର ବ୍ରିଜରୁ ଖସି ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ସାରୁପାଟ ରେଲୱେ ପୋଲ ଉପରୁ ଏକ ବାଇକ ତଳକୁ ଖସିବାରୁ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣ ବାରିଆ ଥାନା ଅନ୍ତର୍ଗତ ହରିପଶି ଗ୍ରାମର ବଟକୃଷ୍ଣ ନାଏକ(୨୭) ବୋଲି ଜଣାପଡିଛି।

ନିର୍ବାଚନ ପରେ ଦିଦି ଏକୁଟିଆ ହୋଇଯିବେ: ଶାହ

ଚଳିତବର୍ଷ ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏପରି ସ୍ଥିତିରେ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହୋଇଯାଇଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସାଂସଦ ସ୍ମୃତି ଇରାନୀ ହାଓଡ଼ାରେ ଏକ ଦଳୀୟ ରାଲିରେ ଉଦବୋଧନ ଦେଇଥିଲେ। ଶାହ ଲୋକଙ୍କୁ

ଫେବୃଆରୀ ୧୦ରୁ ପିଜି ଓ ୟୁଜି କ୍ଲାସ

ଭୁବନେଶ୍ଵର: ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ ପାର୍ଟ-୧ କ୍ଲାସ। ପ୍ରି-ଫାଇନାଲ୍‌ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରୁ ଖୋଲିଯିବ ହଷ୍ଟେଲ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି କ୍ଲାସ ହେବ। ୟୁଜି ତୃତୀୟ ସେମିଷ୍ଟାର ଏବଂ ପଞ୍ଚମ

ଲ୍ୟାଣ୍ଡମାଇନ ଉଦ୍ଧାର ; ଅଳ୍ପକେ ବର୍ତ୍ତିଲେ ଯବାନ

ଛତିଶଗଡ : ଅଳ୍ପକେ ବର୍ତିଲେ ଯବାନ। ମାଓ ଯୋଜନା ହେଲା ପଣ୍ଡ। ମାଓବାଦୀ ଦ୍ୱାରା ଖାଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ନିପ୍ପା ଜଙ୍ଗଲରେ ପୁଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଖଞ୍ଜିଥିଲେ ଦୁଇଟି

ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତର ସଇଁଗାଁ ଗ୍ରାମର ଜଣେ ବ୍ୟକ୍ତି ସାମାନ୍ୟ ବଚସାକୁ କେନ୍ଦ୍ର କରି  ଆଉ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି।ସୂଚନା ଯୋଗ୍ୟ, ଉଦ୍ଧବ

୨୦୨୧ ବଜେଟ୍ ପ୍ରତିକ୍ରିୟା

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ବଜେଟ୍‌ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ପାଇଁ ପ୍ରଶଂସା କରିଛନ୍ତି ଏବଂ ଏହା ଅର୍ଥନୀତିକୁ ମଜଭୁତ କରିବ ବୋଲି କହିଛନ୍ତି। କୋଭିଡ୍‌-୧୯ ମହାମାରୀର ଆହ୍ବାନ ସମୟରେ ୨୦୨୦ରେ ପ୍ୟାକେଜ୍‌ ଆକାରରେ ପାଞ୍ଚଟି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟବଣା !

ରାଜଗାଙ୍ଗପୁର: ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର କୁରୁମୁରୁ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାପଡିଛି !କୁରୁମୁରୁ ପଞ୍ଚାୟତ ଲମଲୋଇ ଗ୍ରାମ ରେ ହିତାଧିକାରୀ ଲିଷ୍ଟ ରେ ନାମ ରହିଥିଲେ ମଧ୍ୟ ତୁମ ନାମ କଟିଯାଇଛି, ପର ଲିଷ୍ଟ ରେ ଆସିଯିବ କହିଥିଲେ ମଧ୍ୟ

ଖୋଲିଲା ଅଙ୍ଗନବାଡି

ଭୁବନେଶ୍ୱର: ଦୀର୍ଘ ୧୦ ମାସ ହେବ କୋଭିଡ୍ କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ର ଆଜି ଠାରୁ ଖୋଲିଛି । ଏଥିପାଇଁ କୁନି କୁନି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲେ ମଧ୍ୟ ବର୍ତମାନ ଏହା କୋଭିଡ୍ ନିୟମାବଳୀ ଅନୁଯାୟୀ ଖୋଲିଛି । ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡ୍ ଲାଇନ୍

ହରିଣ ଛାଲ ଜବତ

ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟ ନିକଟବତିୀ ଭଗିପୁର ସେକ୍ସନ ଅଧିନରେ ଥିବା ଭଗିପୁର ଜଙ୍ଗଲରେ ଏକ ପରିତ୍ୟକ୍ତ ହରିଣ ଛାଲ ପଡିଥିବାର ଖବର ପାଇ ବନବିଭାଗ ଜଙ୍ଗଲରୁ ଛାଲକୁ ଉଦ୍ଧାର କରିଛି । ଅଂଚଳରେ ହରିଣ ଛାଲ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କୌଣସି ଶିକାରୀ ହରିଣ ଶିକାର କରି ଛାଲକୁ

୩୦ କେଜି ଗଂଜେଇ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ରାତ୍ରରେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ ସରୁକୁଇ ଘାଟିରେ ତନଖୀ ବେଳେ ଉକ୍ତ ଅଟୋରୁ ୩୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ଆକାସ ନାୟକ ଓ ବଚନ ସାହାଣୀ । ବଚନର