ଛାତ୍ରଙ୍କୁ ୩ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପ୍ରଚାର ବିରୁଦ୍ଧରେ ଲଢେଇ କରି ସତ୍ୟ ଖବର ଜନସାଧାରଣ ନିକଟରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀଣୀ ବୈଠକରେ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ…

ସ୍ୱାମୀକୁ ମାରି ପୋଡ଼ିଦେଲା ସ୍ତ୍ରୀ

ବାଲିପାଟଣା : ବାଲିପାଟଣା ଥାନା ବନମାଳୀପୁର ଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ ସ୍ତ୍ରୀ ତାର ସ୍ବାମୀକୁ ମାରିଦେଇ ବାଡ଼ି ପଟେ ପୋଡ଼ି ପୋତି ଦେଇଥିବା ଜଣାପଡିଛି। ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ନେଇ ଗାଁ ଲୋକଙ୍କୁ ଡାକି ନିଜେ ସ୍ତ୍ରୀ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ…

ଲେହ ଗସ୍ତରେ ସେନାମୁଖ୍ୟ

ଲେହ: ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଲେହ ଗସ୍ତ କରିଛନ୍ତି। ସେ ‘ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସ’ର ଏକଦିବସୀୟ ଯାତ୍ରା ପାଇଁ ଏହି ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଫାୟାର ଆଣ୍ଡ ଫ୍ୟୁରି କର୍ପ୍ସର ରେଚିନ୍ ଲା ସମେତ…

ଶିକ୍ଷୟିତ୍ରୀଙ୍କୁ ଅପହରଣ ଅଭିଯୋଗ

ପାଟନା : ବିହାରର ରାଜଧାନୀ ପାଟନାରେ କିଛି ଦୁର୍ବୃତ୍ତ ଜଣେ ଶିକ୍ଷୟତ୍ରୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୨୦ଜଣ ଦୁର୍ବୃତ୍ତ କାରରେ ଆସି ଶିକ୍ଷୟତ୍ରୀଙ୍କୁ ଅପହରଣ କରିନେଇଥିଲେ। ଉକ୍ତ ଶିକ୍ଷୟିତ୍ରୀଙ୍କ ବୟସ ୨୨ବର୍ଷ ହୋଇଥିବା ଜଣାପଡ଼ିଛି। …

ନିଜ ପସନ୍ଦରେ ବିବାହ ଓ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କରାଯାଇପାରିବ ନାହିଁ: କଲକାତା ହାଇକୋର୍ଟ

କଲକାତା: ଯଦି କେହି ପ୍ରାପ୍ତ ବୟସ୍କା ଝିଅ କିମ୍ବା ପୁଅ ନିଜ ପସନ୍ଦରେ ବିବାହ ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି, ତେବେ ଏଥିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ଜଣେ ଝିଅର ବାପାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ କଲକାତା ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ସୂଚନା…

ରାଜ୍ୟରେ ଆଉ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ପୃଥିବୀର ଶେଷ ପ୍ରାନ୍ତରେ ପହଞ୍ଚିଲା କରୋନାଭାଇରସ୍‌

ସାଣ୍ଟିଆଗୋ: ପୂର୍ବରୁ କୋଭିଡ୍‌-୧୯ ସଂକ୍ରମଣ ମୁକ୍ତ ଥିବା ଶେଷ ମହାଦେଶ ଆଣ୍ଟାର୍କଟିକାରେ କରୋନାଭାଇରସ୍‌ ପହଞ୍ଚିଥିବା କଥା ଏ ସପ୍ତାହରେ ଚିଲିର ସେନାବାହିନୀ କହିଛି। ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ…

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ କରୋନା

ମୁମ୍ବଇ : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରକୁଲ ପ୍ରୀତ୍ ସିଂହ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରକୁଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି। ମୋର ରିପୋର୍ଟ…

ରାଜ୍ୟରେ ଆଉ ୩୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୩୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୦ଜଣ ଚିହ୍ନଟ ହୋଇଥିବାବେଳେ ୧୫୪ଟି ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୭୨୭୯କୁ ବୃଦ୍ଧି…

ଥରୁଛି ସାରା ରାଜ୍ୟ ; ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। କନ୍ଧମାଳ ଦାରିଙ୍ଗବାଡି ସହ ଫୁଲବାଣୀରେ ତୁଷାରପାତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୪ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡ଼ି ୫, ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ ୭,…