କଟକ ସିଏମସି ଓ ଡିସିପି କାର୍ଯ୍ୟାଳୟକୁ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

କଟକ-କଟକ ସିଏମସି ଓ ଡିସିପି କାର୍ଯ୍ୟାଳୟରେ କରୋନା ପଜିଟିଭ ଚିହ୍ନଟ ହେବାପରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସିଏମସି ଅଫିସ ୧୫ ଦିନ ଓ ଡିସିପି ଅଫିସ ୭ ଦିନ ଯାଏଁ ସାଧାରଣ ଲୋକେ ଯାଇପାରିବେନି ।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ସ୍ୱର୍ଗଦ୍ୱାର ଶବଦାହ ଅବଧି

ପୁରୀ- ସ୍ୱର୍ଗର୍ଦ୍ୱାର ଶବଦାହ ଅବଧିକୁ ଆଉ ମାସେ ଘୁଂଚାଇ ଦେଇଛନ୍ତି ଜିଳ୍ଲାପାଳ ବଲୱନ୍ତ ସିଂ । ଅର୍ଥାତ୍ ସେପ୍ଟେମମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିହାର ଜିଳ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ କଟକଣା ଲଗାଯାଇଛି । ତେବେ କେବଳ ପୁରୀ…

ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡି

ଭୁବନେଶ୍ୱର- ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ନୂଆ ଟ୍ୱିଷ୍ଟ । ଜଣେ ସାଇକୋ ଲେଡିକୁ ନେଇ ତାଙ୍କ ବାପା ଆଣିଲେ ସଙ୍ଗିନ ଅଭିଯୋଗ । ବାହାଘର ପୂର୍ବରୁ ଜଣେ ଯୁବତୀ ଆଦିତ୍ୟଙ୍କୁ ବ୍ଳାକମେଲିଂ କରୁଥିଲା । ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ ନ କରୁଥିବାରୁ ସିବିଆଇ ତଦନ୍ତ ଦାବି ନେଇ ଆମେ…

ରାଜ୍ୟରେ ସ୍ୱାଭିକ ହେଉଛି ବସ୍ ସେବା

ଭୁବନେଶ୍ୱର- ରଜ୍ୟରେ ବସ୍ ସେବା ସ୍ୱାଭାବିକ ହେଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମାନାଭ ବେହେରା କରହିଛନ୍ତି । ଆଜିଠାରୁ ଅନଲକ-୪ ଆରମ୍ଭ ହୋଇଛି । ଅନଲକ-୪ରେ ରାଜ୍ୟ ଭିତରେ ଓ ବାହାରେ ବସ ଯାତ୍ରା ଓ ମାଲ ପରିବହନ ପାଇଁ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ ମଧ୍ୟ ସ୍ୱତନ୍ତ୍ର…

ଚାହିଦା ଥିବା ୮ଟି ରୁଟରେ ସପ୍ତାହର ସବୁଦିନ ଗଡିବ ମୋ ବସ୍

ଭୁବନେଶଶ୍ୱର- ଅଧିକ ଚାହିଦା ରହିଥିବା ୮ଟି ରୁଟରେ ସପ୍ତାହରେ ସବୁଦିନ ମୋ ବସ୍ ଚଳାଚଳ କରିବ । ରୁଟ ନଂ ୧୧,୧୬,୧୮,୨୦,୨୩, ୨୪,୨୫ ଓ ୩୩ ରେ ଏହି ବସ୍ ଗଡିବ । ଏନେଇ କ୍ରୁଟ ତଥା ଓଏସଆରଟିସି ପରିଚାଳନା ନିଦେ୍ର୍ଧଶକ ଅରୁଣ ବୋଥ୍ରା କହିଛନ୍ତି । ସେହିପରି ବୁଧାବାର ଠାରୁ ୨୪ଟି ରୁଟରେ…

ଅଭିନେତା ଅଜିତ ଦାସ କରୋନା ପଜିଟିଭ

ଭୁବନେଶ୍ୱର- ଓଲିଉଓ ଅଭିନେତା ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତି ୨ଟାରେ ଅଜିତଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏ ବିଷୟରେ ତାଙ୍କୁ ଝଅ ଏବଂ ଓଡିଶା ମୋ ପରିବାର ଆବାହକ ଅରୂପ ମୋହନ ପଟ୍ଟନାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ…

ଅଲବିଦା ପ୍ରଣବ ଦା

ନୂଆଦିଳ୍ଲୀ- ପଂଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଲୋଧି ଶ୍ମଶାନ ଘାଟରେ ରାଜକୀୟ ସମ୍ମାନ ସହିତ ତାଙ୍କୁ ଅନ୍ତମି ବିଦାୟ ଦିଆଯାଇଛି । ପୁଅ ଅଭିଜିତ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ । କରୋନା ପାଇଁ ଅଭିଜିତ ଓ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିଲେ ।…

ଭାରତ-ଚୀନ୍ ସୀମା ପରିସ୍ଥିତି ସମୀକ୍ଷା କଲେ ଡୋଭାଲ୍

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାର ସମ୍ଭାବନା ଥିବା ଜଣାପଡିଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ

ଭୁବନେଶ୍ୱର: ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି। ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଦିର୍ଘ ଦିନରେ ମୁହଁ ଖୋଲିଛନ୍ତି ତାଙ୍କ ବାପା। ପୁଅର ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥାଇପାରେ ବୋଲି ତାଙ୍କ ବାପା କହିଛନ୍ତି। ସେ ଏନେଇ ଆଜି ଗଣାମାଧ୍ୟମ…

କିନ୍ନରଙ୍କ ହାତରେ ପାର୍କିଂ ଫି ଆଦାୟ ଦାୟିତ୍ଵ

ବ୍ରହ୍ମପୁର: ଏଣିକି ବ୍ରହ୍ମପୁର ସହରରେ ବିଭିନ୍ନ ଛକରେ କିନ୍ନର ପାର୍କିଂ ଫି ଆଦାୟ କରିବେ । ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସେପ୍ଟେମ୍ବର ପହିଲାରୁ କିନ୍ନରଙ୍କ ୨ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି । ଗାନ୍ଧିନଗର, ଗୀର୍ଜାଛକ, ପୁରୁଣା ବସ ଷ୍ଟାଣ୍ଡ ଓ ଅର୍ଣ୍ଣପୁର୍ଣ ଛକରେ…