ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସ୍ଥିତ ପୋଲ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ ଯୁବକ ଜଣଙ୍କ ମହାନଦୀକୁ ଡେଇଁଥିବା ସୂଚନା ମିଳିଛି । ବନମାଳି ରାଉତ ବାହାଘରରୁ ଫେରି ନିଜ ଘର ସୁଣ୍ଠିପାଳ ଗ୍ରାମକୁ ଫେରୁଥିବା ସମୟରେ ନିଜ

ଇତିହାସ କଲା ପାରାଦ୍ୱୀପ ବନ୍ଦର

ପାରାଦ୍ୱୀପ: କରୋନା କଟକଣା ସତ୍ୱେ ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରିଥିବା ବନ୍ଦରର ଗୈାରବ ହାସଲ କରିଛି ପାରାଦ୍ୱୀପ । ବନ୍ଦର କାର୍ଯ୍ୟାଳୟ ତଥ୍ୟ ଅନୁସାରେ ଏପ୍ରିଲ ଜୁନ୍ ମାସ ମଧ୍ୟରେ ୨୫.୭୩ ମିଲିଅନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିବାର ରେକର୍ଡ କରିଛି ।

ଟ୍ୟାଙ୍କର-ପିକ୍ଅପ୍ ମୁହାଁମୁହିଁ : ୩ ଗୁରୁତର

ସାଲେପୁର: କଟକ ଚାନ୍ଦବାଲି ରାସ୍ତା କଳାଗିନି ଛକ ନିକଟରେ ଓମଫେଡ କ୍ଷୀର ବୋଝେଇ ଗାଡି ସହ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକା ହୋଇଛି । ଦୁର୍ଘଟଣାରେ ଉଭୟ ଗାଡିର ଚାଳକ ସମେତ ହେଲ୍ପର ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ସାଲେପୁର ମେଡିକାଲରେ କରାଯାଇଥିଲା । ପରେ ଅବସ୍ଥା

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ ଦାଖଲ

ନୂଆଦିଲ୍ଲୀ- ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ ଦାଖଲ କରିଛି ପୋଲିସ । ହତ୍ୟା ମାମାଲାରେ ବିଜପି ନେତାଙ୍କ ନାମ ସାମିଲ ରହିଛି ବୋଲି ପୋଲିସ ଦର୍ଶାଇଛନ୍ତି । ଫେବୃଆରୀ ୨୫-୨୬ରେ ଦିଲ୍ଲୀର ଗୋକଲପୁରୀରେ ଦଙ୍ଗା ହୋଇଥିଲା । ଏଥିରେ ୨୫ ବର୍ଷୀୟ ଇରଫାନ ହତ୍ୟାର ଶିକାର ହୋଇଥିଲେ । ଏହି ହତ୍ୟା

ଭାରତ ଓ ଚୀନ ସୀମା ବିବାଦ: ଭାରତକୁ ବହୁ ଦେଶର ପୂର୍ଣ୍ଣ ସମର୍ଥନ

ନୂଆଦିଲ୍ଲୀ- ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୋଟିଏ ଇଂଚ ଯାଗା ଭାରତ ଚୀନକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ଏଥିପାଇଁ ଭାରତ ମଧ୍ୟ ଡିଜିଟାଲ ଷ୍ଟ୍ରାଇକ କରିଛି । ଯାହାକି ଚୀନକୁ ଝଡକା ଦେଇଛି ।

ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବାରୁ ବିମାନ ଚଳାଚଳ ମହାନିର୍ଦେଶାଳୟ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣାକୁ ଜୁଲାଇ ୩୧ ଯାଏ ବଢାଇଛନ୍ତି । ପୂର୍ବରୁ ୧୫ ଯାଏ କଟକଣା ଲଗାଯାଇଥିଲା । କାର୍ଗୋ ତଥା ସ୍ୱତନ୍ତ୍ର ବିମାନ ଉଡାଣ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ପୁରୀ-ଲିଳା ଖେଳା ସାରି ରତ୍ନବେଦୀରେ ବିରାଜମାନ କରିବେ ଶ୍ରୀଜିଉ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର । ଷାଠିଏ ପଉଟି ଭୋଗ ପାଇଁ ଗହଳିହେବ ରୋଷଶାଳା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇଁ ଧନ୍ୟ ହେବେ ଭକ୍ତ । ରତ୍ନ ବେଦୀରେ ମହାବାହୁଙ୍କୁ ଦର୍ଶନ ପାଇଁ ଗହଳି ଲାଗିବ । ଆଜି ସଂନ୍ଧ୍ୟା ଧୂପ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୮୩୧୫କୁ ବୃଦ୍ଧି

ନୂଆଦିଲ୍ଲୀ- ଦିନକୁ ଦିନ ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ନୂଆ ୨୨,୭୬୧ ସଂକ୍ରମଣ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪୨୨୬ ସୁସ୍ଥ ହୋଇଥିବା ବେଳେ ୨୩୫୪୩୩ ସକ୍ରିୟ ମାମଲା

ରାଜ୍ୟରେ ଆଉ ନୂଆ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୪୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୫୫ ହୋଇଥିବା ବେଳେ ୧୪୦ ସ୍ଥାନୀୟ ସଂକ୍ରମଣ ବୋଲି ସୂଚନା ଓ ଲୋକ ସଂପର୍କ ବିାଭ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୬,

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଲା

ଭୁବନେଶ୍ୱର- କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ୨ଜଣଙ୍କ ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ଆଉ ୩ ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗଞ୍ଜାମର ତିନି ମୃତକ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ