କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ସମ୍ବଲପୁରରୁ ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ

• ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ସହିତ ସିଧାସଳଖ ସଂଯୋଗ |

• ବ୍ୟବସାୟ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବାଗୁଡିକ ସହଜ ହେବ |

• ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ବୃଦ୍ଧି କରିବ |

• ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ

ସମ୍ବଲପୁର : ଭାରତ ସରକାରଙ୍କ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଷ୍ଟେସନ ଠାରେ ସମ୍ବଲପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଛନ୍ତି  |ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ସମ୍ବଲପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଙ୍ଗାଲୀର ମାନ୍ୟବର ବିଧାୟକ ଶ୍ରୀ ନାଉରି ନାୟକ ଉପସ୍ଥିତ ଥିବାବେଳେ ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ |  ଉଦ୍‌ଘାଟନୀ ଉତ୍ସବରେ ଆଜି ଶୁଭାରମ୍ଭ ଟ୍ରେନ୍ ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିଛି |  ଏହି ଟ୍ରେନ୍ ର ନିୟମିତ ଚଳାଚଳ ସମ୍ପର୍କରେ ଖୁବ ଶୀଘ୍ର ସୂଚନା ଦିଆଯିବ | ହଟିଆ ଏବଂ ଗୋରଖପୁର ମଧ୍ୟରେ ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାନଯାଇ ଏହି ଟ୍ରେନ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି |ସମ୍ବଲପୁରକୁ ଏହି ଟ୍ରେନର ସମ୍ପ୍ରସାରଣ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ସଂଯୋଗ ହେବ | ଏହି ଟ୍ରେନ ସମ୍ବଲପୁରରୁ ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଓଡ଼ିଶାର ବାସିନ୍ଦାଙ୍କ ପାଇଁ ବ୍ୟବସାୟ, ଶିକ୍ଷା, ତୀର୍ଥ ଯାତ୍ରା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ | ଏହା ବ୍ୟତୀତ ଏହା ଗୋରଖପୁର ଏବଂ ସମ୍ବଲପୁର ମଧ୍ୟରେ ସିଧାସଳଖ ସଂଯୋଗ ଥିବା ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିନିମୟକୁ ମଧ୍ୟ ବୃଦ୍ଧି କରିବ |ସମ୍ପ୍ରସାରଣ ମାର୍ଗରେ ଏହି ଟ୍ରେନ ହଟିଆ ଓ ସମ୍ବଲପୁର ମଧ୍ୟରେ ରେଙ୍ଗାଲି, ଝାରସୁଗୁଡା ଏବଂ ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ ରହିବ | ପ୍ରାରମ୍ଭରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ତୁଷାର କାନ୍ତ ପାଣ୍ଡେ ଅତିଥି ପଣଙ୍କୁ ସ୍ୱାଗତ କରିବା ସହିତ ଏହି ଟ୍ରେନ ର ଉପକାରିତା ସମ୍ବନ୍ଧରେ ବର୍ଣନା କରିଥିଲେ |

Leave A Reply

Your email address will not be published.

fourteen + one =