କୈରାଲୀ କଲେଜରେ ଜାତୀୟ ବିଜ୍ଞାନ ଦିବସ

ଚମ୍ପୁଆ : ଚମ୍ପୁଆସ୍ଥିତ କୈରାଲୀ ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ସଭାଧକ୍ଷ ଡଃ.ରାଜମୋହନ ପି.ଏସ, ସମ୍ପାଦିକା ଶ୍ରୀମତୀ ଉମା ରାମମୋହନ,
ପରିଚାଳକ ମୁରଲୀଧରନ୍ କେ.ଏସ.,କାର୍ଯ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଵି.ରାମାରାଜୁ, ଏବଂ ପ୍ରଧ୍ୟାପକ ଗିରିଜା ଶଙ୍କର କରଙ୍କ ତତ୍ତ୍ଵାବଧାନରେ ଯୁବପିଢି ଙ୍କୁ ଉକ୍ତ ଦିବସର ତାତ୍ପର୍ଯ୍ୟ ଓ ବିଜ୍ଞାନ ବିନା ମଣିଷ ଜୀବନ ବୃଥା ବୋଲି ଅଭିହିତ କରିଥିଲେ । ତେଣୁ ଯୁବପିଢି ନିଜର ଉଚ୍ଚାଭିଳାସକୁ ପୂରଣ କରିବା ପାଇଁ ତ୍ୟାଗ ଓ ଅଧ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ଦିବସରେ କୁଇଜ୍, ଚିତ୍ରାଙ୍କନ ତଥା ସେମିନାର ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଅନୁଷ୍ଠାନ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । 

Leave A Reply

Your email address will not be published.

13 − eight =