ଚୋରି ଅଭିଯୋଗରେ ୭ ଆନ୍ତଃରାଜ୍ୟ ମହିଳାଙ୍କୁ କୋର୍ଟ ଚାଲାଣ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ବ୍ଲକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଗୃହରୁ ତାଲା ଭାଙ୍ଗି ଚୋରି  କରୁଥିବା ୭ ଆନ୍ତଃରାଜ୍ୟ ଚୋର ମହିଳାମାନେ ମୁଣ୍ଡର ଚୁଟି ନେଇ ତା ବଦଳରେ ଗିନାର ଅଦଳବଦଳ ବିକ୍ରି କରୁଥିବା ବାହାନାରେ ପୋଡ଼ଶୀ ରାଜ୍ୟ ତେଲେଙ୍ଗାନାରୁ ଓଡିଶା ଆସି ଗାଁ ଗହଳି ର ବିଭିନ୍ନ ସାହି  ସାହି ରେ ବୁଲୁଥିବା ମହିଳା ଗ୍ୟାଙ୍ଗକୁ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ର କାନ୍ତ ତାଣ୍ଡି ସମେତ ଏସ.ଆଇ ସୁଜିତ କୁମାର ବିଶ୍ୱାସ ଏକ ପୁଲିସର ଟିମ ମିଶି ଏହି ମହିଳାଙ୍କୁ ଗିରଫ କରି ଆଣି ଗତକାଲି ଥାନାରେ ଅଟକ ରଖି  ଅଧିକ ପଚରା ଉଚରା ପରେ ତାଙ୍କ ଠାରୁ ଗୋଦାମ ଗୃହରେ ଗୋଛିତ ହୋଇଥିବା RWSS ବିଭାଗ ର 30 ଗୋଟି ସିଲିଣ୍ଡର ଓ ୭୦୦ ଗୋଟି ଲୁହା ନଳ କୂପ ସାମ୍ବଦିୟ ଇତ୍ୟାଦି ଚୋରି କରିଥିବା ଅଭିଯୋଗରେ ଗିରଫ କରି ଆଣି ସେମାନଙ୍କୁ ପଚାରା  ଉଚରା  ପରେ ତାଙ୍କ ଠାରୁ ଚୋରି ହୋଇଥିବା କିଛି କିଛି ଜିନିଷ ତାଙ୍କ ଥଳି ବ୍ୟାଗରୁ ପାଇବା ପରେ ଆଜି କୋର୍ଟ ଚାଲାଣ କରିଛି । ଗତକାଲି ରବିବାର ହୋଇଥିବାରୁ ବିଭଗୀୟ କର୍ମଚାରି ଅଫିସକୁ ଆସିବେ ନାହିଁ ଭାବି ଗୋଦାମ ଗୃହର ତାଲା ଭାଙ୍ଗି ଚୋରି କରୁଥିବା ସମୟରେ କାଲିମେଳା ଗ୍ରାମ ପଞ୍ଚୟତର ପିଅନ ତଥା ସୁଧାଂଶୁ ଭଣ୍ଡାରୀ ପ୍ରଥମେ ଦେଖି ଖବର  ଦେବା ପରେ RWSS ବିଭାଗର ସହକାରୀ ଯନ୍ତ୍ରୀ ସୁକୁମାର ପ୍ରଧାନ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କାଲିମେଳା ଥାନା ପକ୍ଷରୁ କେସ ନମ୍ବର ୭୫/୨୪ ତାରିଖ ୦୩.୦୩.୨୪ ରେ ଧାରା 454/380/511 ଆଇପିସି  ରେ ମାମଲା ରୁଜୁ କରାଯାଇ  ତେଲେଙ୍ଗାନା ରାଜ୍ୟର ୱାରଙ୍ଗଲ ଜିଲ୍ଲାର ମୁଳୁଗୁ ପୋଲିସ ଥାନା ଅଧୀନ ବଂଜାରୁପଲ୍ଲୀ ଗ୍ରାମର ଦାସାରି  ନରସିମା ଙ୍କ ସ୍ତ୍ରୀ ଦାସାରୀ  ନୟମ୍ମା ଓ ଭାନାମ ରାଜେଶ ଙ୍କ ସ୍ତ୍ରୀ ଭାନାମ ରେଣୁକା (2) କରିମନଗର ଜିଲ୍ଲାର ସିରିପୁରାମ ଥାନା ଅଧୀନ ଦୁବାପଲ୍ଲୀ ଗ୍ରାମର ଦାସରୀ ସନ୍ତାୟା ଙ୍କ ସ୍ତ୍ରୀ ଦାସରୀ ରେବୀକା ଓ କାନ୍ଦଲା ଗଣେଶ ଙ୍କ ସ୍ତ୍ରୀ କାନ୍ଦଲା ସୁବ୍ରତା (3) କତ୍ତାଗୁଡେମ ଜିଲ୍ଲାର  ଚେର୍ଲା ଗ୍ରାମ ର କାନ୍ଦଲା ଚାନ୍ଦାରମା ଙ୍କ ସ୍ତ୍ରୀ କାନ୍ଦଲା ମହେଶମ୍ମା ଓ କାନ୍ଦଲା କୋଷୟା ଙ୍କ ସ୍ତ୍ରୀ କାନ୍ଦଲା ତିରୁପତି ଆମ୍ମା ଓ ମଞ୍ଚେର୍ଲା ଜିଲ୍ଲାର ଉତକୁର ଥାନା ଅଧୀନ ଲକ୍ସଲପେଟା  ଗ୍ରାମ ର ବଲାନି ସମୟା ଙ୍କ ସ୍ତ୍ରୀ ବଲାନି ଭେନକେଟ ଆମ୍ମା ଏହି ସାତ ଜଣ ଅନ୍ତୋରାଜ୍ୟ ଚୋରଙ୍କୁ ଆଜି କାଲିମେଳା ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ  ଗିରଫ ସମସ୍ତ ମହିଳା ମାନେ ତେଲେଙ୍ଗାନା ରାଜ୍ୟର ଅଟନ୍ତି। ଏହି ଘଟଣାର ତଦନ୍ତକାରୀ ଅଫିସର ଏସ.ଆଇ ସୁଜିତ କୁମାର ବିଶ୍ୱାସ ରହିଥିବା  କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

17 − 4 =