ନୂତନ ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟକାରୀ ନହେଲେ ଭୋଟ ବର୍ଜନ ଧମକ ଦେଲେ ୭ ଟି ୱାର୍ଡର ମତଦାତା

ଝରିଗାଁ : ଆଜିକୁ ୨ ବର୍ଷ ହେବ ଦ୍ଵନ୍ଦ ବିବାଦ ଗୋଷ୍ଠୀକନ୍ଦଳ ଯୋଗୁଁ କାର୍ଯ୍ୟକାରି ହୋଇପାରୁନାହିଁ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ନୂତନ ନିର୍ମିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ। ଯାହା ଫଳରେ ୭ ଖଣ୍ଡ ୱାର୍ଡ ୧,୨,୩,୮,୯,୧୦,୧୧ ଆଦି ୱାର୍ଡ ବାସିନ୍ଦାଙ୍କ ପାଇଁ ନାହିଁ ନ ଥିବା ସମସ୍ୟା ଉପୁଜିଛି। ବ୍ୟକ୍ତିଗତ ଅଧିକୃତ ଜମିରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ ହେବା ପରେ ପଞ୍ଚାୟତର ଦୁଇ ଗୋଷ୍ଠୀ ଏକାଧିବାର ମୁହାଁମୁହିଁ ଓ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ବିବାଦର ବିଚାର ହାଇକୋର୍ଟରେ ଚାଲିବା ପରେ ଏହାର  ପରିସମାମାପ୍ତି କରି ଓଡ଼ିଶା ହାଇକୋର୍ଟ ପଞ୍ଚାୟତ କାର୍ଯ୍ୟାଳୟକୁ କର୍ଯ୍ୟକାରି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। କିଛି ଦିନ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଚାଲିବା ପରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ ବିବାଦ ମୁଣ୍ଡ ଟେକିଛି। ଗୋଟିଏ ପଟେ ୭ ଖଣ୍ଡ ୱାର୍ଡ ବାସି ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସପକ୍ଷରେ ରହିଥିବା ବେଳେ ଆଉ ଏକ ପକ୍ଷ ଅନ୍ୟତ୍ର ବା  ସ୍ଥାନୀୟ ହାଟପଦା ଠାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବାକୁ ଅଡି ବସିଛନ୍ତି। ଯାହା ଫଳରେ ପି ଡି ଏସ୍ ଚାଉଳ ବଣ୍ଟନ, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ,ବିଧବା ଭତ୍ତା ପ୍ରଦାନ,ଭିନ୍ନକ୍ଷମ ଭତ୍ତା ପ୍ରଦାନ ସାଙ୍ଗକୁ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ଗୁଡ଼ିକ କରିବାରେ ସମସ୍ୟା ଦେଖା ଦେଇଛି। ପଞ୍ଚାୟତ କାର୍ଯ୍ୟ ନୂତନ କୋଠାରେ ନ ହୋଇ ଇଚ୍ଛାପୁର ଗାଁ ସଦର ଠାରେ ହେଉଥିବାରୁ ୭ ଟି ୱାର୍ଡ ଲୋକେ ଦୂର ବାଟ ଯୋଗୁ  ଏସବୁ ସୁବିଧା ପାଇବାକୁ ସମସ୍ୟା ହେଉଥିବା କହିଛନ୍ତି ଗ୍ରାମବାସୀ।  ଦୀର୍ଘ ଦିନରୁ ଚାଲିଥିବା ଏହି ବିବାଦର ସମାଧାନ ନ କଲେ ଆଗାମୀ ସାଧାରଣ ନିର୍ବାଚନ ରେ ୧୨ ରୁ ଉର୍ଦ୍ଧ ଗ୍ରାମର ମତଦାତା ଭୋଟ ବର୍ଜନ କରିବେ ବୋଲି ଆଜି ଝରିଗାଁ ବି ଡି ଓ ପ୍ରିତା କୁମାର ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ନୂତନ ବି ଡି ଓ ଏହାର ବିଚାର ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କାର୍ଯ୍ୟକାରୀ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ସମସ୍ୟାର ସମାଧାନ ନକଲେ କରଲା ମାଲ, ଚଚରା ପଡ଼ା,ମୁଣ୍ଡିମାଲ, ସିନ୍ଧି ଭାଟା,ମହୁଲ କୋଟ,ଧୁମାମ , କେବିଡି,ଗାଈ ଚଚରା,କାରା ଡ଼ଙ୍ଗରି,ବେନ୍ଦ୍ରା ପାଣି, ନୂଆଁ ପଡ଼ା ବୋର ପାଣି ଆଦି ଗ୍ରାମରୁ ଶତାଧିକ ଭୋଟର ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି କରିଥିବା କହିଛନ୍ତି। ଦାବିପତ୍ର ପ୍ରଦାନ ବେଳେ କର୍ଣ୍ଣ ଶାନ୍ତା,ସୁଶୀଳା ଶାନ୍ତା,ମାଳତୀ ଗୌଡ଼,ଚନ୍ଦ୍ରାବତୀ ଜାନୀ,ନବ ଶାନ୍ତା,ସମ୍ବାରୁ ଶାନ୍ତା,ଟଙ୍କଧର ଜାନୀ,ତିଲି ଶାନ୍ତା , କୈଳାସ ଶାନ୍ତା, ସରାଦୁ ଶାନ୍ତା ,ଦୟମନ୍ତି ଶାନ୍ତା,ଅର୍ଜୁନ ଶାନ୍ତା,ବଇଦନାଥ ଶାନ୍ତା , ଦଶାଇ ଶାନ୍ତା,ସଂଜ ବତୀ ଶାନ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

nineteen + 20 =