ବରଗାଁ ର କୁଷ୍ଠାଶ୍ରମ ଠାରେ ବିଜୁ ଜୟନ୍ତୀ ପାଳନ କଲେ ସାଧୁ ନେପାକ

ବରଗଡ଼ : ଆଜି ସାଧୁ ନେପାକ ବରଗାଁ ର କୁଷ୍ଠାଶ୍ରମ ଠାରେ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ତଥା ପଂଚାୟତିରାଜ ଦିବସ ଉପଲକ୍ଷେ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ପରେ ଆଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ ବଣ୍ଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଏବଂ ସ୍ଥାନୀୟ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କଲେ ।
ଉକ୍ତ କାର୍ଯ୍ୟକ୍ରମରେ ରାଜେଶ ମହାପାତ୍ର, ସୌମ୍ୟରଞ୍ଜନ ଦାଶ, ଅମନ ଦ୍ବିବେଦୀ, ପ୍ରଭଜିତ୍ ସିଂ, ଉତ୍ତର କଲତା, ସୌଜ ପ୍ରଧାନ, ରବିନ୍ଦ୍ର ତରିଆ, ଉପେନ୍ଦ୍ର ଜିବେଲା, ଶେଷଦେବ ଖମାରୀ, ମଧୁସ୍ଵଦନ ଭୋଇ, ହୃଷିକେଶ ପାତ୍ର, ଭୀଷ୍ମ ସେଠ, ଲଳିତ ପଧାନ ଓ ରବିନାରାୟଣ ପତି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

eight + 3 =