ବିଲେଇପଦାରେ ମାଗେ ପରବ

ଯୋଡା : ଯୋଡା ବ୍ଲକ ଅନ୍ତର୍ଗତ ବିରିକଳା ପଞ୍ଚାୟତର ବିଲେଇପଦା ଗ୍ରାମରେ ଉଦ୍ୟାପିତ ହୋଇଛି ମାଗେ ପରବ । ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ମହାଆଡମ୍ବର ସହକାରେ ତିନି ଦିନ ବ୍ୟାପି ଏହା ଅନୁଷ୍ଠିତ ହୋଇଯାଇଛି । ମାଘ ପୂର୍ଣ୍ଣିମାରେ ଏହି ପର୍ବ ଆରମ୍ଭ ହୋଇଥିଲା । ହୋ ମୁଣ୍ଡା ଆଦି ଆଦିବାସୀ ସମ୍ପ୍ରଦାୟର ମହିଳା, ପୁରୁଷମାନେ ଏହି ପରବରେ ସାମିଲ ହୋଇ ସୃଷ୍ଟିର ପ୍ରଥମ ଦେବତା ଭାବେ ନିଜର ଆରାଧ୍ୟ ଦେବତା ସିଂବଙ୍ଗାଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । ଏହି ମାଗେ ପରବଟି ଆଦିବାସୀ ସମ୍ପ୍ରଦାୟର ଲୋକେ କେଉଁ ଆଦିମ କାଳରୁ ପାଳିତ କରିଆସୁଛନ୍ତି । ଏହାକୁ ନୂତନ ବର୍ଷ ଭାବେ କେହି କେହି ପାଳନ କରିଥାନ୍ତି । ବିଲେଇପଦାରେ ଏହି ଉତ୍ସବ ପାଳନ ହୋଇଥିବା ବେଳେ ପୂଜାସ୍ଥଳ ଭେସାଉଲି ଠାରେ ଏହି ସମ୍ପ୍ରଦାୟର ଲୋକମାନେ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ପୂଜା ଅର୍ଚ୍ଚନା ପରେ ମାଦଳର ତାଳେ ତାଳେ ମହିଳା ଏବଂ ପୁରୁଷ ପରମ୍ପରା ହାତ ଛନ୍ଦା ଛନ୍ଦି ହୋଇ ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ । ଏହି ପରବ ୩ଦିନ ଧରି ହୋଇଥିଲା । ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ କ୍ରିଡା ନୃତ୍ୟ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଡା ବ୍ଲକ ବିଜେଡି ଛାତ୍ର ସଭାପତି ଯୁଧିଷ୍ଠୀର ପଲେଇ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ରାଧାକାନ୍ତ ପଣ୍ଡା, ମା ମୋବାଇଲ ଦୋକାନର ମାଲିକ ରାଜା ସାହୁ, ଯୁବ ସାମ୍ବାଦିକ ସଞ୍ଜିତ କୁମାର ବାରିକ ପ୍ରମୁଖ ଯୋଗଦେଇ କ୍ରୀଡା ପ୍ରତିଭା ମାନଙ୍କୁ ସମ୍ମାନୀତ କରିଥିଲେ । ସ୍ଥାନୀୟ ଅଞ୍ଚଳର ବିରସିଂ ମୁଣ୍ଡା, ଅର୍ଜୁନ ମୁଣ୍ଡା, ସାହୁ ହୋନହାଗା, ଲେଟ ହୋନହାଗା, ଦଶରଥ ମୁଣ୍ଡା, ସୋମନାଥ ହୋନହାଗା, ଗୁରା ଲାମାଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ରୂପା ସାହିରେ ଦେଶାଉଲି ଟୁଙ୍ଗଲେଇ ମାଗେ ପରବ କମିଟି ପକ୍ଷରୁ ଗଣ ପର୍ବ ମାଗେ ପରବ ମଙ୍ଗଳବାର ଉଦ୍ୟାପନୀ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଶକ୍ତି ନିଆସର ସମ୍ପାଦିକା ନୂତନ ପଣ୍ଡିତ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଦିପ୍ତୀମୟୀ ପ୍ରଧାନ, ସ୍ଥାନୀୟ ଯୁବ ଉଦୈଗୀ ରଞ୍ଜିତ ନାଏକ, ବିଷ୍ଣୁ ଖିଲାର ପ୍ରମୁଖ ଯୋଗଦେଇ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବଟିକୁ କମିଟିର ଗଦାଧର ମୁଣ୍ଡା, ମାଣିକ ପୂର୍ତ୍ତୀ, ଦିଲ୍ଲିପ ମୁଣ୍ଡା, ରାମ ମୁଣ୍ଡା, ଶ୍ୟାମ ମୁଣ୍ଡା, ପୁଷ୍ପା ମୁଣ୍ଡା, କୁନ୍ତୀ ପୂର୍ତ୍ତୀ ଓ ଅନ୍ୟମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

14 − 1 =